ବଲିଉଡ ଆକ୍ଟର ବିକ୍ରମ ଗୋଖଲେଙ୍କ ପରଲୋକ ହୋଇଛି । ୮୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ପୁଣେର ବୈକୁଣ୍ଠ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ । ବିକ୍ରମଙ୍କ ସାଙ୍ଗ ତାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ‘ଅଗ୍ନିପଥ‘, ହମ ଦିଲ ଦେ ଚୁକେ ହେଁ ସନମ, ମିଶନ ମଙ୍ଗଳରେ ସେ ଅଭିନୟର ଯାଦୁ ଦେଖାଇଥିଲେ । ଗୋଟିଏ ଦିନ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ଖେଳିଯାଇଥିଲା । କିନ୍ତୁ ପରିବାର ଲୋକ ଏହାକୁ ଖଣ୍ଡନ କରିଥିଲେ । ଲାଇଫ୍ ସର୍ପୋଟରେ ଥିଲେ ବିକ୍ରମ ଗୋଖଲେ ।

LEAVE A REPLY

Please enter your comment!
Please enter your name here