କରୋନା ସମ୍ପୂର୍ଣ୍ଣଭାବେ ଯାଇନି । କିନ୍ତୁ ଏବେ ରାଜଧାନୀବାସୀଙ୍କୁ ଡରାଇଲାଣି ଡେଙ୍ଗୁ । ଦିନକୁ ଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୩୯୧ ଜଣ ଆକ୍ରାନ୍ତ । ଶୈଳଶ୍ରୀ ବିହାର ଏବଂ ନିଳାଦ୍ରୀ ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ଡେଙ୍ଗୁ କ୍ରମଶଃ ଅଣାୟତ ହେବାରେ ଲାଗିଛି । ପ୍ରତିଦିନ ୩୦ରୁ ୪୦ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ୧୫ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରୁ ୪୦୦ ପାଖାପାଖି ପହଁଞ୍ଚିଲାଣି । ହେଲେ ଶୋଇଛି ପ୍ରଶାସନ । ଡେଙ୍ଗୁ ସଙ୍କ୍ରମଣ ରୋକିବା ଦିଗରେ କିଛି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି । ସେପଟେ ବିଏମସି ପକ୍ଷରୁ କୁହାଯାଇଛି, ଡେଙ୍ଗୁ ମଶା ଜନ୍ମ ହୋଇଥିବା ୪୬୪ଟି ଜାଗାକୁ ଚିହ୍ନଟ କରାଯାଇଛି । ୧ ହଜାର ୯୩ଟି ସ୍ଥାନକୁ ନଷ୍ଟ କରାଯାଇଥିବା ବିଏମସି କହିଛି । ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଡେଙ୍ଗୁ ଜନିତ ପ୍ରଥମ ମୃତ୍ୟୁ ହୋଇଥିବା ସୂଚନା। ମୃତକ ଜଣକ ହେଲେ ୧୫ବର୍ଷର ବାଳକ। ଗତ କିଛିଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ। ଗତକାଲି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here