ପୁଣି ଥରେ ଓଡିଶା ଦେଖିବ ସୂର୍ଯ୍ୟକିରଣ ସୋ । ସେଥିପାଇଁ ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚାଲିଛି ପ୍ରସ୍ତୁତି । ଏୟାରଫୋର୍ସର ଅଧିକାରୀମାନେ ଆସି ଯାଞ୍ଚ କରୁଛନ୍ତି । ଆସନ୍ତା ୧୬ରେ କୁଆଖାଇ ପଠାରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ସୋ’ ହେବ । ସକାଳ ୧୦ଟାରୁ ୧୧ ଟା ପର୍ଯ୍ୟନ୍ତ ସୋ’ କରାଯିବ । ବାଲିଯାତ୍ରା ପଡିଆରେ ୧୨ ଶହ ଲୋକ ଦେଖିବା ପାଇଁ ବ୍ୟବସ୍ଥା କରାଯାଉଛି । ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ସୋ ଦେଖିପାରିବେ । ରାଜ୍ୟପାଳ ଗଣେଶୀ ଲାଲ୍ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here