ନୂଆଦିଲ୍ଲୀ: କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ (MHA) ଏକ ନୂତନ ସର୍କୁଲାର ଜାରି କରି ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗକୁ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଗାନ ଉପରେ ଏକ ମାର୍ଗଦର୍ଶିକା ଜାରି କରିଛନ୍ତି l ୯ ଜୁଲାଇରେ ଜାରି ଆଦେଶରେ କୁହାଯାଇଛି ଯେ ଜାତୀୟ ସଂଗୀତ ନାଗରିକ ସମ୍ମାନ ସମାରୋହ ଅବସରରେ, ରାଷ୍ଟ୍ରପତିଙ୍କ ଔପଚାରିକ ସରକାରୀ କାର୍ଯ୍ୟକ୍ରମ ଓ ସରକାରଙ୍କ ଦ୍ୱାରା ଆୟୋଜିତ ଅନ୍ୟ କାର୍ଯ୍ୟକ୍ରମକୁ ତାଙ୍କ ଆସିବା ଓ ଯିବା ସମୟରେ ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ଅଲଇଣ୍ଡିଆ ରେଡିଓ (ଏଆଇଆର) ଏବଂ ଟେଲିଭିଜନରେ ଦେଶକୁ ସମ୍ବୋଧିତ କରିବର ଠିକ ପୂର୍ବରୁ ଓ ପରେ ଗାନ କରାଯିବ। ଏମଏଚଏ କହିଛନ୍ତି ଯେ ଯେତେବେଳେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଉଭୟ ଗାନ କରାଯିବ (ଜାତୀୟ ସଂଗୀତ ଜନଗଣ ମନ ଓ ଜାତୀୟ ଗୀତ ବନ୍ଦେ ମା ତରମ)ସେତେବେଳେ ପ୍ରଥମେ ଜାତୀୟ ଗୀତ ବାଦନ ଅଥବା ଗାୟନ କରାଯିବ। ତା ପରେ ଜାତୀୟ ସଂଗୀତ ଗାନ ଅଥବା ବାଦନ କରାଯିବ। ମନ୍ତ୍ରାଳୟ କହିଛନ୍ତି ଯେ ଯେଉଁ ରାଜ୍ୟମାନଙ୍କରେ ରାଜ୍ୟ ଗୀତ ଗାନ କରାଯାଉଛି ସେଠାରେ ରାଜ୍ୟ ଗୀତକୁ ମଧ୍ୟ ଜାତୀୟ ସଂଗୀତ ଓ ଜାତୀୟ ଗୀତ ସହିତ ବାଦନ ଓ ଗାୟନ କରାଯାଇ ପାରିବ। ତେବେ ଯେତେବେଳେ ରାଜ୍ୟ ଗୀତକୁ ଜାତୀୟ ସଂଗୀତ ଓ ଜାତୀୟ ଗୀତ ସହିତ ଗାନ ଓ ବାଦନ କରାଯିବ ସେତେବେଳେ ଜାତୀୟ ସଂଗୀତ ଓ ଜାତୀୟ ଗୀତ ଏକ ସଙ୍ଗରେ ଗାନ ଓ ବାଦନ କରାଯିବ। ତେବେ ସର୍ବ ପ୍ରଥମେ ଜାତୀୟଗୀତ ଓ ତା ପରେ ଜାତୀୟ ସଂଗୀତ ଗାନ କରାଯିବ। ମନ୍ତ୍ରାଳୟ ପକ୍ଷରୁ ଏହା ବି ସ୍ପଷ୍ଟ କରାଯାଇଛି ଯେ ଜାତୀୟ ସଂଗୀତ ଓ ଜାତୀୟ ଗୀତକୁ ଗାନ ଓ ବାଦନ ସମୟରେ ଗୀତର ସଠିକ ଶବ୍ଦ, ଲେଖା, ଉଚ୍ଚାରଣ ଓ ଗାଇବାର ଉପାୟ କଡ଼ା କଡ଼ି ପାଳନ ହେବା ଦରକାର। ଜାତୀୟ ସଂଗୀତ ଓ ଜାତୀୟ ଗୀତର ସଠିକ ଶବ୍ଦ ଓ ଉଚ୍ଚାରଣ ମନ୍ତ୍ରାଳୟ ୱେବସାଇଟ୍ ରେ ରହିଛି।ଏହି ସ୍ପଷ୍ଟୀକରଣ ପରେ ନିଜ ଅଧୀନସ୍ଥ ସମସ୍ତ ସଂସ୍ଥାକୁ ତୁରନ୍ତ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି।








