ନିର୍ବାଚନୀ ହିଂସାକାଣ୍ଡ ପାଇଁ ବିଜେଡି ଆଡକୁ ଅଙ୍ଗୁଳି ଦେଖାଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା । ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନ ଓଡିଶାକୁ ବଦନାମ କରିବାକୁ ପ୍ରୟାସ କରୁଛନ୍ତି ବୋଲି ଅଭିଯୋଗ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ଲେଲିନ ମହାନ୍ତି ଓଡିଶାରେ ରାଜନୀତିକ ଅପରାଧକୁ ଧର୍ମେନ୍ଦ୍ର ଉସୁକାଉଛନ୍ତି ବୋଲି କହିଛନ୍ତି । ସୋରଡାରେ ବିଜେପି ପାର୍ଥୀ ନୀଳମଣି ବିଷୋୟୀ ଯେଉଁଭଳି ଭାବେ ବୁଥ୍ ଭିତରେ ପଶି ଇଭିଏମ ମେସିନକୁ ଭାଙ୍ଗିଲେ, ତାହା ଦେଶରେ ବିରଳ । ବିଜେପି ଏମିତି ଅପରାଧୀମାନଙ୍କୁ ହିଁ ପ୍ରାର୍ଥୀ କରିଛି, ଯେଉଁମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ବି ରହିଛି ବୋଲି ବିଜେଡି କହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ସମ୍ବଲପୁର ଠାରେ ଯେଉଁଭଳି ପୋଲିସ୍ଙ୍କୁ ବ୍ୟବହାର କରିଧିଲେ ସେଥିରୁ ଜଣାପଡୁଛି ସେ ଆଇନକୁ କେତେ ସମ୍ମାନ ଦିଅନ୍ତି ।  ବିିଜେଡି ପ୍ରଶ୍ନ କରିଛି ଯେ ଧର୍ମେନ୍ଦ୍ରଙ୍କ ଗାଡିରେ ଏମିତି କଣ ଥିଲା କି ଯେଉଁଥି ପାଇଁ ସେ ଏମିତି ହଡବଡେଇ ହୋଇଯାଇଥିଲେ । ଗ୍ୟାଙ୍ଗଷ୍ଟର ଟିଟୋ, ଧଳ ସାମନ୍ତଙ୍କୁ ସହଯୋଗ କରୁଥିବା ଧର୍ମେନ୍ଦ୍ର ଓଡିଶାରେ ସବୁବେଳେ ଅପରାଧିକ ବାତାବରଣ ଖେଳେଇ ଚାଲିଛନ୍ତି ବୋଲି ବିଜେଡି ଆରୋପ ଲଗାଇଛି ।

LEAVE A REPLY

Please enter your comment!
Please enter your name here