ଶେଷରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି I ଆଜି ଲୋକସଭା ଅଫିସରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି I ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କର ସଦସ୍ୟ ପଦ ରଦ୍ଦ କରାଯାଇଛି I
ଗତକାଲି ସୁରତର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ 2019 ର ଏକ ବିବାଦୀୟ ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ I ରାହୁଲ 2019 ରେ ଏକ ସଭାରେ କହିଥିଲେ, ସବୁ ଚୋର ମାନଙ୍କ ସାଙ୍ଗିଆ ମୋଦି ହେଲା କେମିତି I ରାହୁଲଙ୍କ ଏଭଳି ମନ୍ତବ୍ୟ ମୋଦି ସାଙ୍ଗିଆଧାରୀଙ୍କ ପ୍ରତି ଅପମାନ ଦର୍ଶାଇ ଗୁଜରାଟର ଜଣେ ବିଜେପି ନେତା ମାନହନି ମୋକଦ୍ଦମା ରୁଜୁ କରିଥିଲେ I

LEAVE A REPLY

Please enter your comment!
Please enter your name here