ଭୁବନେଶ୍ୱରରେ ଘନ କୁହୁଡି ପାଇଁ ହଇରାଣ ହୋଇଛନ୍ତି ବିମାନଯାତ୍ରୀ. ଭୁବନେଶ୍ୱର-ବେଙ୍ଗାଲୁରୁ ଏୟାର ଏସିଆ ଫ୍ଲାଇଟ ବିଳମ୍ବ ଥିବାରୁ ତାକୁ ନେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଦେଖା ଦେଇଛି ଉତ୍ତେଜନା. ଅନ୍ୟପଟେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବିମାନ କୋଲକାତାରେ ଅବତରଣ କରିଛି. ମିଳିଥିବା ସୂଚନା ଅନୁସାରେ, ଜଣେ ଗର୍ଭବତୀ ମହିଳା ଓ ଛୋଟ ପିଲା ସମେତ ପ୍ରାୟ 100 ଜଣ ବିମାନ ଯାତ୍ରୀ ଗତକାଲି ରାତିରୁ ଫସିଛନ୍ତି. ଯେଉଁଥିପାଇଁ ଭୁବନେଶ୍ୱର ବିମାନ ବନ୍ଦରର 4 ନମ୍ବର ଗେଟ ପାଖରେ ଯାତ୍ରୀଙ୍କ ଅସନ୍ତୋଷ ପ୍ରକାଶ ପାଇଛି. ପୋଲିସ ଓ ସିଆଇଏସଏଫ କର୍ମୀ ସେମାନଙ୍କୁ ବୁଝାଇଛନ୍ତି. ଅନ୍ୟପଟେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବିମାନ ଏଫଡି-112 କୋଲକାତାରେ ଅବତରଣ କରିଥିଲା. କାରଣ ଭୁବନେଶ୍ୱରରେ ଘନକୁହୁଡି ପାଇଁ ଏପରି କରିବାକୁ ପଡିଥିଲା. ଭୁବନେଶ୍ୱରରେ ଏହା ରାତି 11.15ରେ ଅବତରଣ କରିବାର ଥିଲା. ମାତ୍ର ତାହା ଭୁବନେଶ୍ୱରରେ ନ ପହଞ୍ଚି କୋଲକାତାରେ ଅବତରଣ କରିଥିଲା. କିଛି ସୂଚନା ନ ଦିଆଯାଇ ଯାତ୍ରୀଙ୍କୁ ପ୍ରାୟ 2 ଘଣ୍ଟା ସମୟ ପର୍ଯ୍ୟନ୍ତ ବିମାନ ଭିତରେ ରଖାଯାଇଥିଲା.

LEAVE A REPLY

Please enter your comment!
Please enter your name here