ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନର ବିଧାନସଭା ନିର୍ବାଚନରେ ପରାଜୟ ପରେ ଏବେ ମୋଦି ସରକାର ଆସନ୍ତା ଲୋକସଭା ନିର୍ବାଚନ ଲଢେଇ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି. ଜନତାଙ୍କୁ କିଭଳି ନିଜ ଆଡକୁ ଟାଣିବେ ସେଥିପାଇଁ ବିଜେପି ସରକାର ବର୍ତ୍ତମାନ ଅସ୍ତ୍ର ପ୍ରସ୍ତୁତ କରୁଥିବା ସୂଚନା ମିଳିଛି. ଏହି ତିନୋଟି ରାଜ୍ୟରେ ହୋଇଥିବା ପରାଜୟ କ୍ଷତି ପୂରଣ କରିବା ପାଇଁ  ମୋଦିଙ୍କ ନଜର ଏବେ ଦକ୍ଷିଣ-ପୂର୍ବ ରାଜ୍ୟରେ ପଡିଛି. ଯେହେତୁ ଦକ୍ଷିଣ-ପୂର୍ବ ରାଜ୍ୟରେ କଂଗ୍ରେସ ନିଜ ଆସ୍ଥା ହରାଇସାରିଛି, ସେଥିପାଇଁ ମୋଦି ସରକାର ତାକୁ ହାତେଇବାକୁ ଯୋଜନା କରୁଛନ୍ତି. ସୂଚନା ଅନୁସାରେ, କେରଳ, ପଶ୍ଚିମବଙ୍ଗ, ଓଡିଶା, ତେଲେଙ୍ଗାନା, ଆସାମ, ଆନ୍ଧ୍ରପ୍ରଦେଶ ସହ ଅନ୍ୟ ରାଜ୍ୟକୁ ମୋଦି ନିଜ ଅକ୍ତିଆରକୁ ନେବା ପାଇଁ ଯୋଜନା କରୁଥିବା ସୂଚନା ମିଳିଛି.

 

LEAVE A REPLY

Please enter your comment!
Please enter your name here