ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ତାଣ୍ଡବ ରଚିଲା କାଳବୈଶାଖୀ । ରବିବାର ଅପରାହ୍ନରେ ଅଚାନକ କଳାବୈଶାଖୀ ଆସିବା ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ଚାଳ ଛପର ଘରର ଛପର ଉଡାଇ ନେଇଛି । ଅଳ୍ପ କିଛି ସମୟ ମଧ୍ୟରେ କାଳବୈଶାଖୀ ଜନିତ ପବନରେ ନୀଳଗିରି ଓ ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବଡ ବଡ ଗଛ ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ନୀଳଗିରି ଉଦାର ରାସ୍ତାର ଘାଟଘଟ ସାହିଠାରେ ଗଛଉପୁଡି ରାସ୍ତା ଅବରୋଧ ହୋଇଥିବା ବେଳେ ପୋଡାଶୂଳ ଠାରେ ଗଛ ଉପୁଡି ପିକଅପ୍ ଭ୍ୟାନ ଉପରେ ପଡିଥିଲା । ସେହିପରି ଅନେକ ସ୍ଥାନରେ ଇଲେକ୍ଟ୍ରି ଖୁଣ୍ଟଭାଙ୍ଗିବା ସହ ତାର ଛିଣ୍ଡି ଯାଇଛି । ପ୍ରାୟ ୧୨ ଟି ପଞ୍ଚାୟତରେ ବିଦ୍ୟୁତ ସେବା ବ୍ୟାହତ ହୋଇଥିଲା । ତେବେ କାଳବୈଶାଖୀ ପରେ ଏନଡିଆରଏଫ ଟିମ୍ ପହଞ୍ଚି ରାସ୍ତା ଉପରୁ ଗଛ କାଟି ଅବରୋଧ ହଟାଇଥିଲେ ।

LEAVE A REPLY

Please enter your comment!
Please enter your name here