ରାଜ୍ୟରେ ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୧ ବର୍ଷ ବୟସ୍କ ଆକ୍ରାନ୍ତ ଜଣଙ୍କ ୟୁଏଇରୁ ଫେରିଥିଲେ । ରାଜ୍ୟରେ ମୋଟ୍ ୯ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ୟୁଏଇରୁ ଫେରିଥିବା ବ୍ୟକ୍ତି ଜଣଙ୍କ କରୋନା ପଜିଟିଭ୍ ହେବା ପରେ ତାଙ୍କର ନମୂନା ଜିନମ ସ୍ୱିକେସିଂ ପାଇଁ ପଠାଯାଇଥିଲା । ପରେ ସେ ଓମିକ୍ରନ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଏବେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ତାଙ୍କର ବାପା ଓ ମା’ଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି । ସେମାନଙ୍କର ପ୍ରାଥମିକ ରିପୋର୍ଟ ନେଗେଟିଭ ଆସିଛି । ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ଆଇଏଲଏସ ।
ସେପଟେ ଦେଶରେ ଏଯାବତ ୭୮୧ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦିଲ୍ଲୀରୁ ସର୍ବାଧିକ ୨୩୮ ଜଣ ଏବଂ ମହାରାଷ୍ଟ୍ରରୁ ୧୬୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here