ରାଜ୍ୟରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ଚବିଶ ଘଣ୍ଟାରେ ଦୈନିକ ସଂକ୍ରମଣ 4714 କୁ ବୃଦ୍ଧି ପାଇଛି । ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟିନରୁ 2755 ଥିବା ବେଳେ 1959 ଟି ଲୋକାଲ କେସ୍ ରହିଛି । ତେବେ 18 ବର୍ଷରୁ କମ ବୟସର 416 ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି ।
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 1619 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳ – ୨୨, ବରଗଡ଼ – ୫୬, ଭଦ୍ରକ – ୭, ବଲାଙ୍ଗିର – ୯୯, ବୌଦ୍ଧ – ୬, ଦେବଗଡ଼ – ୩୬, ଢେଙ୍କାନାଳ – ୯, ଗଜପତି – ୩୨, ଗଞ୍ଜାମ – ୭୦, ଜଗତସିଂହପୁର – ୬୩, ଯାଜପୁର – ୮୩, କଳାହାଣ୍ଡି – ୧୫, କନ୍ଧମାଳ – ୧୩, କେନ୍ଦ୍ରାପଡ଼ା – ୧୦, କେନ୍ଦୁଝର – ୪୩, କୋରାପୁଟ – ୬୫, ମାଲକାନଗିରି – ୩, ନବରଙ୍ଗପୁର – ୩୭, ନୟାଗଡ଼ – ୩୪, ନୂଆପଡ଼ା – ୩୨, ରାୟଗଡ଼ା – ୩୧ ଓ ସୋନପୁର – ୪୬, ସୁନ୍ଦରଗଡ଼ – ୬୬୨, ସମ୍ବଲପୁର – ୪୩୭, କଟକ – ୩୬୦. ଝାରସୁଗୁଡ଼ା – ୧୫୪, ବାଲେଶ୍ୱର – ୧୨୩, ପୁରୀ – ୧୧୯ ଓ ମୟୂରଭଞ୍ଜରୁ ୧୧3 ଜଣ ଚିହ୍ନଟ ହୋଇଛନ୍ତି।

ରାଜଧାନୀରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିଏମସି ପକ୍ଷରୁ ସଂକ୍ରମିତ ସ୍ଥାନକୁ କ୍ବାରେଣ୍ଟାଇନ ଜୋନ୍ କରାଯାଉଛି । ତେବେ ରାଜ୍ୟ ସରକାର ଜାରି କରିଥିବା କଟକଣା ଭିତରେ ବି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଗତ ଜାନୁଆରୀ 4 ତାରିଖରେ ମାତ୍ର 680 ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦୈନିକ ସଂକ୍ରମଣ ସପ୍ତାହକ ମଧ୍ୟରେ 4714କୁ ଛୁଇଁଛି ।

କୋଭିଡର ପୂର୍ବ ଭାରିଆମ୍ଟ ତୁଳନାରେ ଓମିକ୍ରନ ସଂକ୍ରମଣ ତିନିଗୁଣ ଅଧିକ ବ୍ୟାପିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here