ଚିନ୍ତା ବଢାଉଛି ସଙ୍କ୍ରମଣ । ୨୪ ଘଣ୍ଟାରେ ଭିତରେ ରାଜ୍ୟରେ ୫୮୮ ନୂଆ ସଙ୍କ୍ରମଣ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୩୪୨ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବାବେଳେ ୨୪୬ ଜଣ ସ୍ଥାନୀୟ ସଙ୍କ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡରୁ ୮୪, କଳାହାଣ୍ଡିରୁ ୬୪, କଟକରୁ ୩୦, ନୂଆପଡା ୨୯, ସମ୍ବଲପୁରରୁ ୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୩୧, ଗଞ୍ଜାମରୁ ୨୭, ବରଗଡରୁ ୨୧, ବାଲେଶ୍ୱରରୁ ୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ଭିତରେ ରାଜ୍ୟରେ ୨୧୫ ଜଣ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କର ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ୩ ଲକ୍ଷ ୩୮ ହଜାର ୧୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୩୭୩୧ ସକ୍ରୀୟ ସଙ୍କ୍ରମିତ ।

LEAVE A REPLY

Please enter your comment!
Please enter your name here