ନନା ନିଖୋଜ । ହଜି ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ବାଲେଶ୍ୱରର ଗଳି କନ୍ଦିରେ ଲାଗିଛି ଏମିତି ପୋଷ୍ଟର । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ ହୋଇଯାଇଥିବା କଥା ଉଲ୍ଲେଖ ରହିଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ କାନ୍ଥରେ ବି ଲାଗିଛି ସମାନ ପୋଷ୍ଟର । ପ୍ରତାପ କୁଆଡେ ଗଲେ । କିଏ ଲଗେଇଛି ଏହି ପୋଷ୍ଟର । ଏହାକୁ ନେଇ ଏବେ ସବୁଠି ପ୍ରଶ୍ନ । ସବୁଠାରୁ ବଡ କଥା ପୋଷ୍ଟର ତଳେ ବାଲେଶ୍ୱର ପିପୁଲ୍ସ ବୋଲି ଲେଖାଯାଇଛି । ନନାଙ୍କ ଉପରେ କେହି ଆକ୍ରୋଶମୂଳକ ଭାବେ ଏପରି କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପଟେ ଏହି ପୋଷ୍ଟରକୁ ନେଇ ଜିଲ୍ଲା ବିଜେପି ସଭାପତି ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here