ଟିକ୍ ଟକ୍ କୁ ଟକ୍କର ଦେଉଛି ଚିଙ୍ଗାରି ଆପ୍ । ସବୁଆଡେ ଏବେ ଚିଙ୍ଗାରି । କମାଲ କରି ଦେଖାଇଲେ ଓଡିଆ ପୁଅ । ଚାଇନା ଆପ କୁ କଡା ଟକ୍କର ଦେବାକୁ ଆସିଲା ନୂଆ ଆପ୍ ଚିଙ୍ଗାରି । ଚାଇନା କା ମାଲ୍ , ଦରିଆ ମେଁ ଡାଲ ନାରା ସହିତ ତାଳ ଦେଇ ଏଣ୍ଟ୍ରି କରିଛି ଏହି ଆପ୍ । ଯାହାର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ଗତ କେଇଦିନ ଭିତରେ ଏହା ଅଧିକ ଲୋକପ୍ରିୟ ହୋଇଥିବାବେଳେ ଲୋକମାନେ ଭାରତୀୟ ଆପ୍ ଚିଙ୍ଗାରିକୁ ଡାଉନଲୋଡ କରିବାରେ ଲାଗିଛନ୍ତି । ୨୦୧୯ ମସିହାରେ ବାଙ୍ଗାଲୋରରେ ଡେଭଲପ ହୋଇଥିବା ଚିଙ୍ଗାରି ଆପକୁ ଏଭଳି ଲୋକପ୍ରିୟତାକୁ ଦେଖି ଛାନିଆ ହୋଇପଡିଛି ଚାଇନା କମ୍ପାନୀ ଟିକ୍ ଟକ୍ । ଚିଙ୍ଗାରି ଆପ୍ ଠିକ୍ ଟିକ୍ ଟକ୍ ପରି । ଏଥିରେ ଅନେକ ଟୁଲ ଏବଂ ଫିଚର ରହିଛି । ପ୍ଲେ ଷ୍ଟୋରକୁ ଯାଇ ଏହାକୁ ଫୋନରେ ଇନଷ୍ଟଲ କରିବା ବି ସହଜ । ଆଉ ଏଥିପାଇଁ ଅଧିକ ମେମୋରିର ମଧ୍ୟ ଆବଶ୍ୟକତା ନାହିଁ । ଚିଙ୍ଗାରି ଏମିତି ଏକ ଭାରତୀୟ ଆପ୍ ଯେଉଁଥିରେ ଆପଣ ଟିକ୍ ଟକ୍ ପରି ଛୋଟ ଏବଂ ବଡ ଭିଡିଓ ତିଆରି କରିପାରିବେ । ଗୁଗୁଲ ପ୍ଲେ ଷ୍ଟୋରରୁ ଚିଙ୍ଗାରି ଆପକୁ ଡାଉନଲୋଡ କରିବା ଅତି ସହଜ ।

LEAVE A REPLY

Please enter your comment!
Please enter your name here