ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଖଳନାୟକ ପୁଞ୍ଜିଲାଲ ମେହେର । ପୋଲିସ ଏକ୍ସକଟରୁ ଜେଲରୁ ବାହାରିଲେ ପୁଞ୍ଜିଲାଲ । ତାଙ୍କୁ କଡା ସୁରକ୍ଷା ଭିତରେ ପୋଲିସ ତାଙ୍କ ଘରକୁ ନେଇଛି । ୨୪ ଘଣ୍ଟା ପାଇଁ ପରିବାର ସହିତ ରହିବେ ପୁଞ୍ଜିଲାଲ । ମାଙ୍କ ଶେଷକୃତ୍ୟ କରିବା ପାଇଁ ତାଙ୍କୁ ପାରୋଲ ମିଳିଛି । ଜେଲରୁ ବାହାରିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୁଞ୍ଜିଲାଲ । ଦୁନିଆରେ ସବୁଠୁ ଅଧିକ ଭଲ ସେ ନିଜ ମାଙ୍କୁ ପାଉଥିଲେ । ତାଙ୍କ ବିୟୋଗରେ ସେ ମର୍ମାହତ ହୋଇଛନ୍ତି । ମାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବା ପାଇଁ ପାଟଣାଗଡ ଏଡିଜେ କୋର୍ଟ ଦିନକ ପାଇଁ ପୋଲିସ ହେପାଜତରେ ଛାଡିବାକୁ ତାଙ୍କୁ ଅନୁମତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here