ରାତିଅଧିଆ ଜିପିଆରଏସ କଣ ପାଇଁ ?
ଦିନକୁ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିବାରେ ଲାଗିଛି । ରାଜ୍ୟ ସରକାର ଓ ଏଏସଆଇର କାର୍ଯ୍ୟ ସନ୍ଦେହ ଘେରକୁ ଆସୁଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ ରାଜ୍ୟ ସରକାର ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କଣ କରିବାକୁ ଚାହୁଁଛନ୍ତି, ତାହା ସ୍ପଷ୍ଟ କରୁ ନ ଥିବାରୁ ସନ୍ଦେହ ବଢିବାରେ ଲାଗିଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏ ପ୍ରସଙ୍ଗ ସଂସଦରେ ଉତଥାପନ କରିବା ପରେ ପୁରୀ ସାଂସଦ ପିନାକୀ ମିଶ୍ର ରାଜ୍ୟ ସରକାର କେବଳ ଦୁଇଟି ଶୌଚାଳୟ କରିଛନ୍ତି ବୋଲି ଯେଉଁ ସଫେଇ ଦେଇଥିଲେ, ତାହା ସରକାରଙ୍କ କାର୍ଯ୍ୟକୁ ଅଧିକ ବିବାଦୀୟ କରିଦେଇଛି । ପ୍ରକଳ୍ପ ପାଇଁ ଖନନ ଚାଲିଥିବା ବେଳେ ପ୍ରାଚୀନ ସିଂହମୂର୍ତ୍ତି ବାହାରିବା ପରେ ପରିକ୍ରମା ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ ପ୍ରତ୍ନତତ୍ତ୍ବ ବିଭାଗ ଜିପିଆରଏସ ସର୍ଭେ କାହିଁକି କରି ନ ଥିଲା ବୋଲି ପ୍ରଶ୍ନ ଉଠିଛି । ସେଥିପାଇଁ ଗତ ଦୁଇଦିନ ହେଲାଣି ରାତି ଅଧରେ ପ୍ରକଳ୍ପ ସ୍ଥାନରେ ଏବେ ଜିପିଆରଏସ ସର୍ଭେ ଚାଲିଛି । ତେବେ ରାତି ଅଧରେ ଜିପିଆରଏସ ସର୍ଭେ କାହିଁ ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ସମ୍ବିତ ପାତ୍ର । ସାଂସଦ ପିନାକୀଙ୍କ ମିଛ ଧରା ପଡିଯାଇଛି ବୋଲି ସମ୍ବିତ କହିଛନ୍ତି । ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେ କହିଛନ୍ତି । ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ରାଜ୍ୟ ସରକାର ଜାଣିଗଲେଣି, ସେ କିଛି ଭୁଲ୍ କରିଛନ୍ତି ଏବଂ ଭୁଲ ଲୁଚାଇବା ପାଇଁ କିଛି କରୁଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଜିପିଆରଏସ ଦିନ ବେଳେ ନ କରି ସରକାର ରାତିରେ କରିବା ପଛରେ କିଛି ସତ ସରକାର ଲୁଚାଉଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ନରସିଂହ କହିଛନ୍ତି ।

LEAVE A REPLY

Please enter your comment!
Please enter your name here