ରାଫେଲ ଡିଲରେ ଦୁର୍ନୀତି ହୋଇଥିବା କହି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦେଶବାସୀଙ୍କୁ ଭ୍ରମରେ ପକାଇଛନ୍ତି । ମାତ୍ର ସୁପ୍ରିମକୋର୍ଟ ଫୈସଲା ପରେ ରାହୁଲ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ମିଛ କହିଥିବାରୁ ଦେଶବାସୀ ଏବଂ ସେନା ନିକଟରେ ରାହୁଲ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି।

ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଏପରି କହି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ବିଜୟ ରୁପାଣି । ଏହି ସମ୍ମିଳନୀରେ ଶ୍ରୀ ରୂପାଣୀ କହିଛନ୍ତି ରାଫେଲ କିଣା ନେଇ ସର୍ବୋଚ୍ଚ ଅଦାଲତଙ୍କ ରାୟ ଦ୍ୱାରା କ୍ଷୀର-ପାଣି ଅଲଗା ହୋଇଯାଇଛି । ଦେଶର ସବୁ ଚୋର ଏକାଠି ହୋଇ ଚୌକିଦାରକୁ ଚୋର କହିଲେ। ଚୌକିଦାରକୁ ଚୋର କହିଲେ ଲୋକ ଗ୍ରହଣ କରିବେନି ବୋଲି ଶ୍ରୀ ରୁପାଣୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ,ସାରା ଦେଶର ୭୦ଟି ଭିନ୍ନ ଭିନ୍ନ ଅଞ୍ଚଳରେ ସୋମବାର ବିଜେପି ନେତାମାନେ ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ପ୍ରେସମିଟ୍ କରୁଛନ୍ତି । ଓଡ଼ିଶାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ଦଳର ବିଭିନ୍ନ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରଟ ଗସ୍ତକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ରୁପାଣି । ୧୯ ବର୍ଷ ପରେ ପ୍ରବାସୀ ଓଡିଆଙ୍କ କଥା ମନେପଡିଲା ବୋଲି ସେ କହିଛନ୍ତି । ନବୀନ ପ୍ରଥମ ଥର ପାଇଁ ସୁରଟ ଯାଇଛନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି । ସୁରଟରେ ଓଡିଆଙ୍କ ପାଇଁ ଘର, ସ୍କୁଲ ଆଦି ବିଭିନ୍ନ ସୁବିଧା କରାଯାଇଛି । ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଓଡିଆ ପଢାଯାଇଥିବା ୬ଟି ସ୍କୁଲକୁ ସୀକୃତି ମିଳିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟରେ ସୀମିତ , ପ୍ରବାସୀଙ୍କୁ ଲାଭ ମିଳୁନି ବୋଲି ସେ କହିଛନ୍ତି । ନବୀନ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରନ୍ତୁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here