ଭାରତୀୟ ଇ-କମର୍ସ କମ୍ପାନୀ ପେଟିଏମ୍ ର ଆରମ୍ଭ ହୋଇଛି ବମ୍ପର କ୍ୟାସବ୍ୟାକ୍ ଅଫର୍ ଏବଂ ଏହି ଅଫର୍ 16 ଡିସେମ୍ବର ପର୍ଯ୍ୟନ୍ତ ଚାଲିବ. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଅଫର୍ ରେ ଫ୍ୟାଶନ ବ୍ରାଣ୍ଡ୍ ରୁ ଆରମ୍ଭ କରି ହୋମ୍ ଆପ୍ଲାଏନ୍ସ ଉପରେ 20,000 ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଗ୍ରାହକମାନଙ୍କୁ ଦିଆଯାଉଛି. ଏହି ଅଫର୍ ମାଧ୍ୟମରେ ପେଟିଏମ୍ ଜରିଆରେ ପେମେଣ୍ଟ କରୁଥିବା ଗ୍ରାହକମାନେ ହିଁ କେବଳ ଏହି ଅଫର୍ ର ଲାଭ ଉଠାଇପାରିବେ. ତେବେ ଏହି ଗ୍ରାଣ୍ଡ ସେଲ୍ ରେ ଫ୍ୟାଶନ ବ୍ରାଣ୍ଡ ଉପରେ 70 ପ୍ରତିଶତ ଡିସକାଉଣ୍ଟ ଅଫର୍ ଦିଆଯାଉଛି. ମେନ୍ସ ୱିଣ୍ଟର ଡ୍ରେସ୍ ଉପରେ 60 ପ୍ରତିଶତ ଡିସକାଉଣ୍ଟ ଦିଆଯାଉଥିବା ବେଳେ ୱମେନ୍ କୁର୍ତ୍ତୀ ଉପରେ 35 ପ୍ରତିଶତ ଡିସକାଉଣ୍ଟ ଆଉ ଜିନ୍ସ ଉପରେ 60 ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି. ଏହାଛଡା ଗ୍ରାହକମାନେ ହୋମ୍ ଆପ୍ଲାଏନ୍ସ ଉପରେ ମଧ୍ୟ 20,000ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ର ଲାଭ ଉଠାଇପାରିବେ. ଏଥିପାଇଁ ଆପଣଙ୍କୁ ପେଟିଏମ୍ ଜରିଆରେ ପେମେଣ୍ଟ କରିବାକୁ ପଡିବ. ଫ୍ରିଜ୍, ୱାସିଂମେସିନ୍ ରୁ ଆରମ୍ଭ କରି ଟେଲିଭିଜନ କିଣା ଉପରେ ଏହି ଅଫର୍ ଦିଆଯାଉଛି. ଯାହାର ଲାଭ ଗ୍ରାହକମାନେ ଉଠାଇପାରିବେ.

 

LEAVE A REPLY

Please enter your comment!
Please enter your name here