କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ୱସ୍ତି । ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସସପେଣ୍ଡ କରିଛନ୍ତି ସୁରତ ସେସନସ କୋର୍ଟ । ଏହାସହିତ କୋର୍ଟ ରାହୁଲଙ୍କ ଜାମିନକୁ ଏପ୍ରିଲ ୧୩ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ମେଁ ୩ ତାରିଖରେ ହେବ । ମୋଦୀ ସାଙ୍ଗୀଆ ମାନହାନୀ ମକଦମା ମାମଲାରେ ରାହୁଲଙ୍କୁ ସୁରତର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହିତ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଏହାଦ୍ୱାରା ତାଙ୍କର ଲୋକସଭା ସାଂସଦ ପଦ ରଦ୍ଦ ହୋଇଥିଲା । ୨୦୧୯ ନିର୍ବାଚନ ସମୟରେ ରାହୁଲ ଏହି ବିବାଦୀୟ ମନ୍ତବ୍ୟ ଦେଇଥିବାର ଅଭିଯୋଗ ହୋଇଥିଲା । କୋର୍ଟଙ୍କ ଏହି ରାୟ ବିରୋଧରେ ସେସନସ କୋର୍ଟ ଯାଇଥିଲେ ରାହୁଲ ଗାନ୍ଧୀ । ଆଜି ସେ ନିଜେ ସୁରତ କୋର୍ଟକୁ ଯାଇ ହାଜର ହୋଇଥିଲେ । ସାଙ୍ଗରେ ଥିଲେ ଭଉଣୀ ପ୍ରୀୟଙ୍କା ଗାନ୍ଧୀ ଓ ତିନି କଂଗ୍ରେସ ମୁଖ୍ୟମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here