ମଙ୍ଗଳବାରଠାରୁ ୨ ଦିନିଆ ରିମାଣ୍ଡରେ ଯାଇଛନ୍ତି ସେଲଟର୍‌ ହୋମ୍‌ ମୁଖ୍ୟ ଫୟାଜ୍‌ ରେହମାନ ଓରଫ ଡାଡି । ସେଲଟର୍‌ ହୋମ୍‌ରେ ଯୌନ ନିର୍ଯାତନା ଓ ଧର୍ମାନ୍ତୀକରଣ ଅଭିଯୋଗରେ ଢେଙ୍କାନାଳ ପୋଲିସ ୩ ଦିନରେ ରିମାଣ୍ଡରେ ନେବାକୁ ପୋକ୍ସୋ କୋର୍ଟରେ ଆବେଦନ କରିଥିଲା । ମାତ୍ର ୨ ଦିନ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ଆଜି ପୂର୍ବାହ୍ନ ୧୧ଟାରୁ ଆସନ୍ତାକାଲି ଅପରାହ୍ନ ୫ଟା ପର୍ଯ୍ୟନ୍ତ ପୋଲିସ ରେହମାନଙ୍କୁ ଜେରା କରିବ । ଏହା ସହିତ ବିଦେଶୀ ଲିଙ୍କର ମଧ୍ୟ ଖୁଲାସା ହେବ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଗିରଫ କରାଯାଇଥିବା ଦୁଇଜଣ ପରିଚାଳକ ସୀମାଂଚଳ ନାୟକ ଓ ଉଦିତ କୁମାର ଲିମାଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ନେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here