ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଉପକୃତ ହେବେ ୭୦ଲକ୍ଷରୁ ଉର୍ଦ୍ଧ ପରିବାର। ରାଜ୍ୟସ୍ତରୀୟ ୭୨ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ସାଢେ ୩କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ବୀମା ମିଳିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମହାତ୍ମାଗାନ୍ଧୀ ମାର୍ଗରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେ କହିଥିଲେ ରାଜ୍ୟ ସରକାର ଚାଷ, ମହିଳା, ଯୁବକ ଓ ଗରିବ ଲୋକଙ୍କ ବିକାଶ ପାଇଁ ସବୁବେଳେ ଗୁରୁତ୍ୱ ଦେଇଆସୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ରାଜ୍ୟର ଗରିବ ଜନସାଧାରଣ ଉପକୃତ ହେବେ । କ୍ରୀଡା କ୍ଷେତ୍ରରେ ରାଜ୍ୟର ସଫଳତା ବିଷୟ ପ୍ରକାଶ କରି ସେ କହିଛନ୍ତି, ଏସିଆନ ଆଥେଲେଟିକ୍ ମିଟ’ ର ସଫଳ ଆୟୋଜନ ପରେ ଓଡିଶା ଏବେ ବିଶ୍ୱ ହକି କପ ଆୟୋଜନ କରିବା ଆମ ପାଇଁ ଗୌରବର ବିଷୟ ।

LEAVE A REPLY

Please enter your comment!
Please enter your name here