ରାତି ପାହିଲା ବେଳକୁ ସାଜ ସରଞ୍ଜାମ ଧରି ପହଁଞ୍ଚିସାରିଥିଲା ପ୍ରଶାସନ । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଯାଇଥିଲା ଉଚ୍ଛେଦ । ନିର୍ଦ୍ଧାରିତ ସମୟର ଠିକ୍ ଘଣ୍ଟାଏ ପରେ ଅର୍ଥାତ ୧୧ଟାରେ ଆରମ୍ଭ ହୋଇଥିଲା ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଉଚ୍ଛେଦ ପ୍ରକ୍ରିୟା । ଜେସିବି ଲଗାଇ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଆରମ୍ଭ ହୋଇଥିଲା ଉଚ୍ଛେଦ କାମ । ମନ୍ଦିର ପାଚେରୀ ଠାରୁ ୭୫ ମିଟର ପରିଧି ଭିତରେ ଉଚ୍ଛେଦ କରିବାକୁ ସ୍ଥିର ହୋଇଛି । ଶନିବାର ବିଡିଏ ଓ ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଡାକବାଜି ଯନ୍ତ୍ର ଯୋଗେ ଜବର ଦଖଲ ହଟାଇବା ନେଇ ଘୋଷଣା କରିଥିଲେ । ଉଠା ଦୋକାନୀଙ୍କ ପ୍ରତିବାଦ ସତ୍ତେ୍ୱ ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିଲା । ତେବେ ବ୍ୟବସାୟୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିବାରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ସେହିପରି ପୁରୀରେ ମଧ୍ୟ ଉଚ୍ଚେଦ ପକ୍ରିୟା ଆରମ୍ଭ ହୋଇଛି । ଭଙ୍ଗାଯାଇଛି ପୁରୀର ବହୁ ପୁରାତନ ମଙ୍ଗୁମଠ । ବହୁ ବାଦବିବାଦ ପରେ ଜିଲ୍ଲା ପ୍ରଶାସନ ମଙ୍ଗୁ ମଠ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଆପୋସ ଆଲୋଚନା ଜରିଆରେ ଏହି ଉଚ୍ଛେଦ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିବା ବେଳେ ଆଜି ମଙ୍ଗୁମଠ ଉଚ୍ଛେଦ ଆରମ୍ଭ ହୋଇଥିଲ । ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଭିତରେ ଆସୁଥିବା ୩ଟି ମଠର ଉଚ୍ଛେଦ କରିଛି ପୁରୀ ପ୍ରଶାସନ । ଉଚ୍ଛେଦ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ଶ୍ରୀମନ୍ଦିର ସାମ୍ନାରେ ଥିବା ଏମାର ମଠ, ଲଙ୍ଗୁଳି ମଠ ଏବଂ ବଡ଼ ଆଖଡ଼ା ମଠର ପ୍ରାୟ ଦଶ ଏକର ଜମି ପ୍ରଶାସନ ଦଖଲକୁ ଯାଇଛି । ଏହି ଉପଲକ୍ଷେ ଆଜି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା

LEAVE A REPLY

Please enter your comment!
Please enter your name here