କର୍ଣ୍ଣାଟକ ନାଟକରେ ଆଜି ପଡିପାରେ ଯବନିକା । କାହିଁକି ନା ଆଜି ଏଚ.ଡି କୁମାର ସ୍ୱାମୀଙ୍କ ନେତୃତାଧିନ କଂଗ୍ରେସ ଜେଡିଏସ ମେଣ୍ଟ ସରକାର ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛି । ମେଣ୍ଟ ସରକାର ରହିବ ନାଁ ଭାଙ୍ଗିବ ବିଜେପି ସରକାର ଗଠନ କରିବ କି ନାହିଁ ତାହା ଆସ୍ଥା ଭୋଟ ପରେ ସ୍ପଷ୍ଟ ହୋଇଯିବ । ତେବେ ଆସ୍ଥା ଭୋଟରେ ସାମିଲ ହେବେନି ବିଏସପି ବିଧାୟକ ଏନ୍ ମହେଶ । ଏନେଇ ତାଙ୍କୁ ପାର୍ଟି ସୁପ୍ରିମୋ ମାୟାବତୀ ନିଦେ୍ର୍ଦଶ ଦେଇଛନ୍ତି । ରାଜନୈତିକ ଅଚଳାବସ୍ଥା ସଙ୍କଟ ସାମ୍ନା କରୁଥିବା କୁମାର ସ୍ୱାମୀ ଦୁଇଥର ରାଜ୍ୟପାଳ ନିଦେ୍ର୍ଦାକୁ ପାଳନ କରିନାହାଁନ୍ତି । ଏପରିକି ଶୁକ୍ରବାର ସଂଧ୍ୟା ୬ଟା ସୁଦ୍ଧା ଶକ୍ତି ପରୀକ୍ଷା ଦେବାକୁ ରାଜ୍ୟପାଳ ଲେଖିଥିବା ଚିଠି ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ଏଚଡି କୁମାର ସ୍ୱାମୀ । ଏହା ଉପରେ ଆଜି ରାୟ ଶୁଣାଇବେ ସୁପ୍ରିମକୋର୍ଟ । ଆସ୍ଥା ଭୋଟ ପୂର୍ବରୁ କୁମାର ସ୍ୱାମୀ କଂଗ୍ରେସ ଏବଂ ଜେଡିଏସ ବିଧାୟକଙ୍କ ସହ ବୈଠକ କରି ଆଜି ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ଅନ୍ୟପଟେ ମୁମ୍ବାଇରେ ଥିବା ବିଦ୍ରୋହୀ ବିଧାୟକମାନେ କହିଛନ୍ତି । ବିଧାନସଭାରେ ଆଜି ତାଙ୍କୁ ଫ୍ଲୋର ଟେଷ୍ଟ ଦେବାକୁ ପଡିବ । ଅର୍ଥାତ୍ ତାଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡିବ । ବିଧାନସଭାର ବାଚସ୍ପତି କେଆର ରମେଶ କୁମାର ଏନେଇ ଆଜି ସନ୍ଧ୍ୟା ୬ଟା ସୁଦ୍ଧା ବହୁମତ ସାବ୍ୟସ୍ତ କରିବା ପାଇଁ କୁମାରସ୍ୱାମୀଙ୍କୁ ନୋଟିସ୍ କରିଛନ୍ତି । କଂଗ୍ରେସ-ଜେଡିଏସ୍ ଏଥିପାଇଁ ରାଜି ହୋଇଛନ୍ତି । ତେବେ ଇସ୍ତଫା ଦେଇଥିବା ୧୬ ବିଧାୟକ ଯଦି ଆଜି ବିଧାନସଭା ଅଧିବେଶନରେ ଅନୁପସ୍ଥିତ ରହିବେ ତେବେ ସେମାନଙ୍କୁ ଅନୁପସ୍ଥିତ ବୋଲି ଘୋଷଣା କରାଯିବ ବୋଲି ନୋଟିସରେ କୁହାଯାଇଛି । ଅପର ପକ୍ଷରେ କର୍ଣ୍ଣାଟକର ବାଚସ୍ପତି ରମେଶ କୁମାର ବିଦ୍ରୋହୀ ବିଧାୟକଙ୍କୁ ସମନ ପଠାଇ ଜୁଲାଇ ୨୩ରେ ସକାଳ ୧୧ଟାରେ ଉପସ୍ଥିତ ହେବା ପାଇଁ କହିଛନ୍ତି । ମହାମେଂଟର ନେତାଙ୍କ ଦ୍ୱାରା ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ଯାଚିକାରେ ଏହି ନୋଟିସ୍ ପଠାଯାଇଛି । ତେବେ କର୍ଣ୍ଣାଟକର ସଙ୍କଟମୋଚକ ଭାବେ ପରିଚିତ ମନ୍ତ୍ରୀ ଡିକେ ଶିବକୁମାର ମହାମେଂଟର ସରକାରଙ୍କୁ ରକ୍ଷା କରିବା ପାଇଁ ଶେଷ ଗୋଟି ଚଳାଇଛନ୍ତି । ବିଦ୍ରୋହୀ ବିଧାୟକଙ୍କୁ ରାଜି କରିବା ପାଇଁ ସେ କୁମାରସ୍ୱାମୀଙ୍କ ବଦଳରେ ଅନ୍ୟ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିପାରନ୍ତି ।