କୁହାଯାଏ ପ୍ରେମ ମଣିଷକୁ ଖୁସୀ ଦେଇଥାଏ । ପ୍ରେମ ବିନା ମଣିଷ ଜୀବନ ମୁଲ୍ୟହୀନ ହୋଇଯାଏ । ପ୍ରେମ ଇଶ୍ୱରଙ୍କ ଅନନ୍ୟ ସୃଷ୍ଟିର ଏକ ବଳିଷ୍ଠ ଉପାଦାନ । କିନ୍ତୁ ଏହି ପ୍ରେମବି ମୃତ୍ୟୁର କାରଣ ପାଲଟିପାରେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଆଗ୍ରା ଜିଲ୍ଲାର ରେଭା ଗ୍ରାମରେ । ଜଣେ ୨୨ ବର୍ଷର ଯୁବକ ନିଜ ପ୍ରେମିକାର ନିର୍ବନ୍ଧ ଅନ୍ୟଜଣେ ଯୁବକ ସହ ହେବାରୁ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣଙ୍କ ରେଭା ଗାଁର ଶ୍ୟାମ ସିକରୱାର । ସେ ସେହି ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । କିନ୍ତୁ କିଛି ଦିନ ହେବ ଯୁବତୀ ଜଣଙ୍କର ଅନ୍ୟତ୍ର ବିବାହ ପ୍ରସ୍ଥାବ ଆସିଥିଲା ଏବଂ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା । ଏହାପରେ ପ୍ରେମିକ ଜଣଙ୍କ ନିରାଶା ଏବଂ ହତାଶା ମଧ୍ୟରେ ରହିବା ପରେ ଆତ୍ମହତ୍ୟା କରିବା ପାଇଁ ସ୍ତିର କରିଦେଲେ । ଯୁବକ ଜଣଙ୍କ ଏକ ମନ୍ଦିର ବେଢାରେ ନିଜ ଫେସବୁକ ରେ ଆତ୍ମହତ୍ୟାର ଲାଇଭଷ୍ଟ୍ରିମ୍ କରି ଦଉଡି ଦେଇ ଜିବନ ହାରିଛନ୍ତି । ସେ ଆତ୍ମହତ୍ୟା କରିବାର ଦୃଶ୍ୟ ଭିଡିଓରେ ତାଙ୍କର ବହୁ ବନ୍ଧୁ ଦେଖିଛନ୍ତି । ଫେସବୁକରେ ଅପଲୋଡ ୪ ମିନିଟର ଏହି ଭିଡିଓରେ ଶ୍ୟାମ ସିକରୱାର ତାଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ ନକରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି । ଫେସବୁକ ଭିଡିଓ ଛଡା ଶ୍ୟାମ ସିକରୱାର ଏକ ସୁଇସାଇଡ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି ଯେଉଁଥିରେ ସେ ପରିବାରକୁ କ୍ଷମା ମାଗିବା ସହ ତାଙ୍କ ଅଙ୍ଗ ଦାନ କରିଦେବା ପାଇଁ ଅନୁରୋଧ କରିଛନ୍ତି । ଶ୍ୟାମ ସୁଇସାଇଡ୍ ନୋଟରେ ଆହୁରି ଲେଖିଛନ୍ତି ମୁଁ ମୋ ପ୍ରେମିକାକୁ ହରାଇଲି ,ତାକୁ ଛାଡି ମୁଁ ବଞ୍ଚିପାରିବି ନାହିଁ । ସେ ଅନ୍ୟଜଣଙ୍କ ହାତ ଧରିବ ଯାହା ମୁଁ ସହି ପାରିବି ନାହିଁ ଏଣୁ ଆତ୍ମହତ୍ୟା କରିଛି ବୋଲି ଶ୍ୟାମ ସିକରୱାର ସୁଇସାଇଡ୍ ନୋଟ ରେ ଲେଖିଛନ୍ତି । ସ୍ଥାନିୟ ଲୋକ ଶବ ମନ୍ଦିର ପରିସରରେ ଝୁଲୁଥିବା ହେଖି ପୁଲିସକୁ ଖବର ଦେଇଥିଲେ ।

LEAVE A REPLY

Please enter your comment!
Please enter your name here