ଅଭିଯୁକ୍ତ ବୟଫ୍ରେଣ୍ଡ ଅଫତାବ ପୋଲିସ ଆଗରେ ଓଗାଳୁଛି ସତ । ଧିରେ ଧିରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ, ଅଭିଯୁକ୍ତ ଅଫତାବ ନିଜ ଲିଭ୍ ଇନ୍ ପାର୍ଟନର ଶବକୁ ୩୫ ଖଣ୍ଡ କରିବା ପରେ ଶ୍ରଦ୍ଧାର ମୁହଁକୁ ଜାଳି ଦେଇଥିଲା । ଯେମିତି କେହି ଚିହ୍ନିପାରିବେ ନାହିଁ । ଏସବୁ ଇଣ୍ଟରନେଟରୁ ଶିଖିଥିଲା ବୋଲି ପୋଲିସ ଆଗରେ କହିଛି ଅଫତାବ । ଶ୍ରଦ୍ଧାଙ୍କୁ ହତ୍ୟା ପରେ ରକ୍ତ କପଡାକୁ ଜଙ୍ଗଲରେ ଲୁଚାଇ ରଖିଥିଲା ଅଫତାବ । ଯେଉଁ ଭ୍ୟାନରେ ନେଇ ଏହାକୁ ଫୋପାଡିଥିଲା ତାକୁ ଠାବ କରିଛି ପୋଲିସ । ଭଡାରେ ଏକ କ୍ୟାବ ନେଇଥିଲା ଜଲ୍ଲାଦ ବୟଫ୍ରେଣ୍ଡ । ଦିଲ୍ଲୀ ପୋଲିସ ପାଇଁ ଏବେ ସବୁଠୁ ବଡ ଚ୍ୟାଲେଞ୍ଜ । ଏଯାଏଁ ସେମିତି କିଛି ବଳିଷ୍ଠ ପ୍ରମାଣ ପାଇପାରିନି ଦିଲ୍ଲୀ ପୋଲିସ । ଅନ୍ୟପଟେ ନିଜୟ ବୟାନ ବାରମ୍ବାର ବଦଳାଉଛି ଅଭିଯୁକ୍ତ ।

LEAVE A REPLY

Please enter your comment!
Please enter your name here