ଅପରାଜିତା ଷଡଙ୍ଗୀ. 1994 ବ୍ୟାଚର ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ରାଜନୀତି ମଇଦାନକୁ ଓହ୍ଲାଇବେ. ଆଜି ତାଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ଦେଇଛନ୍ତି. ପୂର୍ବରୁ ରାଜ୍ୟ ସରକାର ତାଙ୍କ ଆବେଦନରେ ମୋହର ଲଗାଇ ସାରିଥିଲେ. ଅପରାଜିତା ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି. ଏଥିସହିତ ତାଙ୍କର ନୂଆ ଇନିଂସ ପାଇଁ ଶ୍ରୀଜଗନ୍ନାଥଙ୍କ ପାଖରୁ ଆଶୀର୍ବାଦ ଲୋଡିଛନ୍ତି. ଅପରାଜିତା ପ୍ରଶାସନିକ ଅଧିକାରୀ ଥିବାବେଳେ ନିଜ କାର୍ଯ୍ୟଶୈଳୀ ପାଇଁ ଖୁବ ଚର୍ଚ୍ଚାରେ ଥିଲେ. ତେବେ ଉତ୍ତମ ଲୋକ ସଂପର୍କ ପାଇଁ ସେ ଖୁବ୍ ଲୋକପ୍ରିୟ ପ୍ରଶାସନିକ ଅଧିକାରୀ ଥିଲେ. ତଥ୍ୟ ଅନୁଯାୟୀ, ଅପରାଜିତା ବିଜେପିରେ ବିଧିବଦ୍ଧଭାବେ ଯୋଗଦେଇ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ. ଆସନ୍ତା ସାଧାରଣ ନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି. ରାଜ୍ୟରେ ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ଅପରାଜିତାଙ୍କ ଭଳି ଜଣେ ଦକ୍ଷ ଓ ଲୋକପ୍ରିୟ ପ୍ରଶାସନିକ ଅଧିକାରୀଙ୍କୁ ରାଜନୈତିକ ମଇଦାନକୁ ଯୋଜନାବଦ୍ଧ ଭାବେ ଓହ୍ଲାଇବାକୁ ଯାଉଛି ବୋଲି କୁହାଯାଉଛି.

LEAVE A REPLY

Please enter your comment!
Please enter your name here