ବାବୁଙ୍କ ସାହାସ ମାନିବାକୁ ପଡିବ । ଲକ୍ ଡାଉନ୍ ବେଳେ ପୁରୀ ଭ୍ରମଣ କରିବାର ଅଭିଳାଷ । ଯେତେବେଳେ କରୋନାକୁ ନେଇ ସାରା ରାଜ୍ୟରେ କଟକଣା ଲାଗିଛି, ପୁରୀ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନିଷେଧ କରାଯାଇଛି, ସେତେବେଳେ ସ୍ତ୍ରୀ ଓ ପିଲାଙ୍କୁ ନେଇ ଶ୍ରୀଜଗନ୍ନାଥ ଦର୍ଶନ କରିବାର ଅଦ୍ଭୁତ ଇଚ୍ଛା ହୋଇଥିଲା ବାବୁଙ୍କର । ଆମେ କହୁଛୁ ଯାଜପୁର ଜିଲ୍ଲା ବଡଚଣା ଥାନା ଆଇଆଇସି ଦୀପକ କୁମାର ଜେନାଙ୍କର ପୁରୀ ଭ୍ରମଣ କଥା । ପୂର୍ବରୁ ସିଜ୍ ହୋଇଥିବା ଏକ ଗାଡିରେ, ପୋଲିସ ଗାଡିରେ ବ୍ୟବହୃତ ବତୀ ଲଗାଇ ଜେନା ବାବୁ ସପରିବାର ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅଭିମୁଖେ ବାହାରିଥିଲେ । ଦକ୍ଷିଣ ଦ୍ୱାର ପାଖରେ ପହଞ୍ଚି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ମହାପ୍ରଭୁଙ୍କ ଦର୍ଶନ ବି କଲେ । ମାତ୍ର ପରିବାର ସହ ଥାନାବାବୁଙ୍କ ଏଭଳି ଶ୍ରୀମନ୍ଦିର ପ୍ରବେଶକୁ ନେଇ କିଛି ସେବାୟତ ବିରୋଧ କଲେ । ଖବର ପହଞ୍ଚିଲା ସିହଂଦ୍ୱାର ଥାନାରେ । ତା ପରେ ବାବୁଙ୍କ ଗାଡିକୁ ସିଜ୍ କରି ସିହଂଦ୍ୱାର ପୋଲିସ ଶ୍ରୀଜେନାଙ୍କୁ ସପରିବାର ଥାନାରେ ଅଟକ ରଖି ଖୋଳତାଡ କଲେ । ଲକ୍ ଡାଉନ ବେଳେ ଥାନାବାବୁ ଶ୍ରୀଜେନାଙ୍କ କାରନାମା ସମସ୍ତଙ୍କୁ ଆଚମ୍ବିତ କରିଛି । କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here