କାହିଁକି ଆତ୍ମହତ୍ୟା କଲେ ସଫ୍ଟଓୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ । ମୃତ୍ୟୁକୁ ନେଇ ସସପେନ୍ସ ଲାଗି ରହିଥିବାବେଳେ ନୂଆ ମୋଡ ସାମ୍ନାକୁ ଆସିଛି । ଶ୍ୱେତାଙ୍କ ପୁରୁଷ ବନ୍ଧୁ ବ୍ଲାକମେଲ କାରଣରୁ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି । ଶ୍ୱେତାଙ୍କ ଆପାର୍ଟମେଣ୍ଟରୁ ଜବତ ଡାଏରୀରୁ ମିଳିଛି ସନ୍ଦିଗ୍ଧ ନାଁ । ଡାଏରୀରେ ଥିବା ନାଁଟି ଶ୍ୱେତାଙ୍କ ବୟଫ୍ରେଣ୍ଡର ହୋଇଥିବା ପୋଲିସକୁ ସୂଚନା ମିଳିଛି । ସମ୍ପୃକ୍ତ ବୟଫ୍ରେଣ୍ଡକୁ ଡାକି ପଚରାଉଚରା କରିପାରେ ପୋଲିସ ।
ଋବିବାର ରାଜଧାନୀରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଇନଫୋସିଟିରେ ସଫ୍ଟଓୟାର ଭାବେ କାମ କରୁଥିବା ଶ୍ୱେତା ଉତ୍କଳ କୁମାରୀ ନାମକ ଝିଅ ନିଜ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଶ୍ୱେତାଙ୍କ ଘର ଭଦ୍ରକ ଜିଲ୍ଲାରେ ହୋଇଥିବାବେଳେ ସେ ଶୈଳଶ୍ରୀବିହାରରେ ଏକ ଭଡା ଘରେ ରହୁଥିଲେ ।

LEAVE A REPLY

Please enter your comment!
Please enter your name here