ପ୍ରଳୟଙ୍କର ଫନି ପ୍ରଭାବରେ ଗାଏବ ହୋଇଯାଇଥିବା ନିର୍ବାଚନୀ ଉଷ୍ମତା ପୁଣି ଫେରିବା ଆରମ୍ଭ କଲାଣି । ନିର୍ବାଚନ ଫଳ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଆଉ ମାତ୍ର ୫ଦିନ ପରେ ପ୍ରକାଶ ପାଇବ ସାଧାରଣ ନିର୍ବାଚନ ଫଳ । ମେ ୧୯ରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ସରିବା ପରେ ୨୩ରେ ହେବ ଗଣତି । କିଏ ଗଢିବ ସରକାର? ଏହାକୁ ନେଇ ପୁଣି ଆରମ୍ଭ ହେଲାଣି ତୁମ୍ବି ତୋଫାନ । ପୁରୁଖା ନେତା ଦାମବାବୁଙ୍କ ମତରେ ବିଧାନସଭାରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିବନି । ରାଜ୍ୟରେ ମେଣ୍ଟ ସରକାର ଗଠନ ହେବ । କିନ୍ତୁ ଲୋକସଭାରେ ବିଜେପିକୁ ୧୪ଟି ଆସନ ମିଳିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ସାଂସଦ ପ୍ରତାପ ଦେବ କହିଛନ୍ତି, ବିଜେଡି ଦୁଇ ତୃତୀୟାଂଶ ଆସନରେ ବିଜୟ ଲାଭ କରି ସରକାର ଗଢିବ ।

LEAVE A REPLY

Please enter your comment!
Please enter your name here