ମାଲକାନଗିରିରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଦେଢଶହ ମାଓ ସମର୍ଥକ । ମାଲକାନଗିରି ସ୍ବାଭିମାନ ଅଞ୍ଚଳର ଦେଢଶହ ମିଲିସିଆ ଆଜି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । କେବଳ ଆତ୍ମସମର୍ପଣ ନୁହେଁ, ମାଓବାଦୀଙ୍କ ଦ୍ବାରା ନିର୍ମିତ ସ୍ମାରକୀ ସ୍ତମ୍ଭକୁ ମଧ୍ୟ ଭାଙ୍ଗି ଦେଇଛନ୍ତି ।
ଆତ୍ମସମର୍ପଣ କରିଥିବା ମାଓ ସମର୍ଥକଙ୍କ ମଧ୍ୟରୁ ଅନେକ ମାଓବାଦୀଙ୍କୁ ବିଭିନ୍ନ ହିଂସାତ୍ମକ କାର୍ଯ୍ୟରେ ସହଯୋଗ କରି ଆସୁଥିଲେ । ମାଓବାଦୀମାନେ ସେମାନଙ୍କୁ ବିଭ୍ରାନ୍ତ କରୁଥିଲେ ବୋଲି ସେମାନେ କହିଛନ୍ତି । ଆତ୍ମସମର୍ପଣ ପରେ ସେମାନେ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here