ଘନିଭୂତ ହେବାରେ ଲାଗିଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ଆସନ୍ତା ୧୬ ତାରିଖରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସେହିପରି ଲଘୁଚାପ କାରଣରୁ ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରେ ସାମାନ୍ୟ ଧରଣର ବର୍ଷା ଆଶଙ୍କା ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।
ବର୍ତ୍ତମାନ ଚେନ୍ନାଇ ଠାରୁ ଏହା ୯୩୦ କି.ମି. ଦୂରରେ କେନ୍ଦ୍ରୀଭୂତ ହୋଇଛି । ଆସନ୍ତା ୧୭ରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି । ଏଥିସହିତ ୧୮ରୁ ରାଜ୍ୟର କିଛି ଅଂଚଳରେ ସ୍ୱଳ୍ପ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

LEAVE A REPLY

Please enter your comment!
Please enter your name here