ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବଢିଲା ମହଙ୍ଗା ଭତ୍ତା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ପେନସନ ଭୋଗୀଙ୍କ ଟିଆଇ ବି ୩ ପ୍ରତିଶତ ବୃଦ୍ଧି ନେଇ ଘୋଷଣା ହୋଇଛି । ସାଢେ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।
ଅନ୍ୟପଟେ ସପ୍ତମ ବେତନ କମିଶନ ବାବଦ ୩୦ % ବକେୟା ଅର୍ଥ ପ୍ରଦାନ କରାଯିବ । ୩୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ପୂର୍ବରୁ କର୍ମଚାରୀମାନେ ବର୍ଦ୍ଧିତ ଦରମାର ୫୦ ପ୍ରତିଶତ ପାଇସାରିଛନ୍ତି । ଏହାଦ୍ୱାରା ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here