କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । କିଏ ନିଜ ଭାଇକୁ ହରାଇ କାନ୍ଦୁଛି ତ କିଏ ପୁଅକୁ ହରାଇ କାନ୍ଦି କାନ୍ଦି ମାଟିରେ ଲୋଟି ପଡୁଛି । ବ୍ରହ୍ମଗୀରିର ଦୁଇ ଦିନ ହେଲା ନିଖୋଜ ଯୁବକ ଚିତ୍ତରଞ୍ଜନଙ୍କ ମୃତଦେହ ପୁରୀ ଭାର୍ଗବୀ ନୂଆ ନଈଠାରେ ମିଳିଛି । ଦୁଇ ଦିନ ପରେ ମୃତଦେହ ମିଳିବା ପରେ କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ପରିବାର ଲୋକଙ୍କ ଗୋଟିଏ ଅଭିଯୋଗ, ଯେ ଏହା ଏକ ହତ୍ୟା । ରାଜନୀତି ଯୋଗୁ ବିଜେଡି ନେତା ସଞ୍ଜୟ ଦାସବର୍ମା ଚିତ୍ତରଞ୍ଜନଙ୍କୁ ହତ୍ୟା କରିଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ, ସଞ୍ଜୟ ଦାସ ବର୍ମାଙ୍କ ସହଯୋଗୀ ଭାବେ କାମ କରୁଥିଲେ ମୃତ ଚିତ୍ତରଞ୍ଜନ । ଶନିବାର ବିଳମ୍ବିତ ରାତିରେ ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାନବନ୍ଧ କେରା ଗ୍ରାମର ଚିତ ନିଜ ସାଙ୍ଗଙ୍କ ସହ ରୋଷେଇ କରୁଥିବା ବେଳେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ। ଘରକୁ ନଫେରିବାରୁ ପରିବାର ଲୋକେ ସଦର ଥାନାରେ ଜଣାଇଥିଲେ। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସଦରଥାନା ଅନ୍ତର୍ଗତ ଗଡମୃଗଶୀର ନିକଟ ନୂଆନଇ ଠାରେ ପଡିଥିଲା ଚିତଙ୍କ ପର୍ସ, ଚେନ ଏବଂ ବାଇକ୍। ଚିତଙ୍କ ସହ ଯାଇଥିବା ତାଙ୍କ ବନ୍ଧୁ ମଧ୍ୟ ସେହିଠାରେ ପଡିଥିବା ଲୋକେ ଦେଖିବାକୁ ପାଇଥିଲେ। କିନ୍ତୁ ଚିତଙ୍କ ପତାମିଳିନଥିଲା।

ଦିନ ତମାମ ପୋଲିସ ନଦୀ ଭିତରେ ଚିତଙ୍କୁ ଖୋଜିଥିଲା। ହେଲେ ପାଇନଥିଲା। ଆଜି ଭୋରୁ ନଦୀ ଭିତରେ ଚିତଙ୍କ ମୃତ ଶରୀର ପଡିଥିବା ସ୍ଥାନିୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।

LEAVE A REPLY

Please enter your comment!
Please enter your name here