ବର୍ଷର ପ୍ରଥମ ସକାଳରେ ପାଦ ଦେଇଛି ୨୦୧୯ । ଜଗନ୍ନାଥଙ୍କୁ ଦର୍ଶନ କରି ୨୦୧୯ ନୂଆବର୍ଷ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ୧୨ଟା ୧୩ ରେ ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ । ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର, ଜିଲାପାଳ ଜ୍ୟୋତିପ୍ରକାଶ ଦାସ ପ୍ରମୁଖ ସିଂହଦ୍ୱାର ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ମନ୍ଦିର ଭିତରକୁ ନ ଯାଇ ସିଂହଦ୍ୱାରରେ ପତିତପାବନଙ୍କୁ ଦର୍ଶନ କରି ଫେରିଛନ୍ତି । ପରେ ମୁଖ୍ୟମନ୍ତ୍ରୀ ସ୍ୱର୍ଗଦ୍ୱାର ଯାଇ ପିତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ପୀଠରେ ପୁଷ୍ପଗୁଚ୍ଛ ଦେଇ ପ୍ରଣାମ କରିଥିଲେ । ସେହିପରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉପସ୍ଥିତ ରହିବେ । ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଶୁଭେଚ୍ଛୁମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନଆସିବା ପାଇଁ ଅନୁରୋଧ କରାଯାଇଛି ।

LEAVE A REPLY

Please enter your comment!
Please enter your name here