18ତମ ଏସିଆଡ୍ ଗେମ୍ସର ସପ୍ତମ ଦିନରେ ଆଥଲେଟ୍ ତାଜିନ୍ଦର ପାଲ ସିଂ ଇତିହାସ ରଚିଛନ୍ତି. ସଟପୁଟରେ ସ୍ବର୍ଣ୍ଣ ପଦକ ହାସଲ କରି ସେ ତାଙ୍କ ବାପାଙ୍କ ବିଶ୍ବାସକୁ ପୂର୍ଣ୍ଣ କରିଛନ୍ତି.  ତାଜିନ୍ଦର 20.75 ମିଟର ସଟ୍ ଫୁଟରେ ରେକର୍ଡର ଶୀର୍ଷରେ ରହିଥିଲେ . ତାଙ୍କର ବ୍ୟକ୍ତିଗତ ରେକର୍ଡ 20.24 ମିଟରର ଥିଲା. ଚଳିତ ରେକର୍ଡରେ ସେ ଓମ୍ ପ୍ରକାଶ କରହାନାଙ୍କ 20.69 ମିଟରର ରେକର୍ଡ ଭାଙ୍ଗିଛନ୍ତି. ତାଜିନ୍ଦରଙ୍କର କ୍ରିକେଟର ହେବାର ଇଚ୍ଛା ଥିଲା, ମାତ୍ର ପିଲାବେଳୁ ବାପା ଆଥଲେଟ୍ ପାଇଁ ପ୍ରୋତ୍ସାହନ ଦେଲେ. ମାଧ୍ୟମ ଯାହାବି ହେଉନା କାହିଁକି, ସେ ଦେଶ ପାଇଁ ଗୌରବ ଆଣିବାରେ ସଫଳ ହୋଇଛନ୍ତି. 2017ରେ ଭୁବନେଶ୍ସରରେ ଅନୁଷ୍ଠିତ ଏସିଆନ ଆଥେଲେଟିକ୍ସରେ ସେ ରୌପ୍ୟ ପଦକ ଜିତିଥିଲେ. ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ତାଜିନ୍ଦରଙ୍କ ବାପା କ୍ୟାନସରରେ ପୀଡିତ ଅଛନ୍ତି. ତାଜିନ୍ଦରଙ୍କ ସ୍ବର୍ଣ୍ଣ ସହ ଭାରତର ଗୋଲ୍ଡ ମେଡାଲ ସଂଖ୍ୟା 7ରେ ପହଞ୍ଚିଛି.

 

 

 

LEAVE A REPLY

Please enter your comment!
Please enter your name here