ଦେଶର ସଂସଦ ଓ ରାଜ୍ୟ ବିଧାନସଭାମାନଙ୍କରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ । କେନ୍ଦ୍ର ଆଇନ ମନ୍ତ୍ରୀ ଆର୍ଜୁନ ରାମ ମେଘଓ୍ବାଲା ଆଜି ଏହି ମହିଳା ସଂରକ୍ଷଣ ବିଲ୍ ଆଗତ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଆଜି ନୂଆ ସଂସଦ ଭବନରେ ଦେଇଥିବା ବକ୍ତବ୍ୟରେ ମହିଳା ସଂରକ୍ଷଣ ବିଲ୍ ଉପରେ ଗୁରୁତ୍ବ ଦେଇଛନ୍ତି । ଏବେ ଦେଶରେ 14 ଭାଗ ମହିଳା ନିର୍ବାଚିତ ହେଉଥିବା ବେଳେ ଏହା ବିଶ୍ବର ହାରାହାରି ସୂଚକାଙ୍କ ଠାରୁ ବହୁତ କମ । ତେବେ ଏହି ସଂରକ୍ଷଣ ବିଲ୍ ପାରିତ ହେବା ପରେ ଏହାକର କାର୍ଯ୍ୟକାରିତା ପାଇଁ ପଦକ୍ଷେପ ନିଆଯିବ । ନିର୍ବାଚନମଣ୍ଡଳିର ପୁର୍ନଗଠନ ଏବଂ କେଉଁ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ, ତାହା ସ୍ଥିର କରାଯିବ । ଆକଳନ କରାଯାଉଛି, ଯଦି ମହିଳା ସଂରକ୍ଷଣ ବିଲ୍ ପାରିତ ହୁଏ, ତେବେ 33 ପ୍ରତିଶତ ମହିଳାଙ୍କ ସଂରକ୍ଷଣ ନିୟମର ପୂର୍ଣ୍ଣ କାର୍ଯ୍ୟକାରିତା କରିବା ପାଇଁ 2029 ନିର୍ବାଚନକୁ ଅପେକ୍ଷା କରିବାକୁ ପଡିବ ।
ଏଙା ପୂର୍ବରୁ ମହିଳା ସଂରକ୍ଷଣ ବିଲ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ବ ସମୟରେ ଆଗତ ହୋଇଥିଲା । ମାତ୍ର ବିରୋଧାଭାଷ ଯୋଗୁ ବିଲ୍ ପାରିତ ହୋଇପାରି ନ ଥିଲା ।
ଆସନ୍ତା ବୁଧବାର ଦିନ ଲୋକସଭାରେ ଏବଂ ଗୁରୁବାର ଦିନ ରାଜ୍ୟସଭାରେ ଏହା ଉପରେ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here