ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିୟାନଙ୍କ ଜିଲ୍ଲାଗସ୍ତ, ମନ୍ତ୍ରୀ ବଡ ନା ସଚିବ ବଡ ଆଦି ପ୍ରସଙ୍ଗକୁ ନେଇ ସରକାରକୁ ଘେରିଥିଲେ ବିରୋଧୀ । ବିଜେପି ବିଧାୟକମାନେ ବିଧାନସଭାରେ ହଟ୍ଟଗୋଳ କରି ହୁଲସ୍ତୁଲ କରିଦେିଥିଲେ । ଆଜି ପ୍ରଶ୍ନୋତ୍ତର ଆମ୍ଭରୁ ସରକାରଙ୍କୁ ଏମିତି ଢଙ୍ଗରେ ଘେରିଥିଲେ ବିରୋଧୀ । ମନ୍ତ୍ରୀ ବଡ ନା ସଚିବ ବଡ – ପ୍ରସଙ୍ଗରେ ବିରୋଧୀ ଦେଇଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ ହୋଇ ନ ଥିବାରୁ ତମ୍ବିତୋଫାନ କରିଥିଲେ ବିରୋଧୀ । ଗତ କିଛିଦିନ ଧରି ବିଧାନସଭା ବାହାରେ ଏହାକୁ ନେଇ ଘମାଘୋଟ ରାଜନୀତି ଚାଲିଥିବା ବେଳେ ନିରବ ରହିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ସମସ୍ତଙ୍କ ସନ୍ଦେହ ଦୂର କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ଯୋଗ ଦୁଇବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ଏପରିକି କୋଭିଡ ପରେ ବି ଅଭିଯୋଗ ପ୍ରକୋଷ୍ଠକୁ ଲୋକଙ୍କ ଆସିବା କମି ଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କଥା ବୁଝୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ପାଖକୁ ଯିବାକୁ ସ୍ଥିର ହୋଇଥିଲା । ଫଳରେ 6 ମାସ ଭିତରେ 57 ହଜାର 442 ଅଭିଯୋଗ ସଂଗ୍ରହ ହୋଇଥିଲା । ତା ମଧ୍ୟରୁ 43 ହଜାର 536 ଅଭିଯୋଗର ସମାଧାନ ହୋଇସାରିଛି ।
ସିଏମଓ ହେଲିକପ୍ଟର ବ୍ୟବହାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ସାଢେ ତିନିବର୍ଷ ଭିତରେ ସରକାର ହେଲିକପ୍ଟର ବାବଦରେ 40 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରତିଦିନ ଦୁଇ ତିନୋଟି ସ୍ଥାନରେ ମିଟିଙ୍ଗ କରି ଲୋକଙ୍କଠୁ ଅଭିଯୋଗ ଶୁଣିବା ସମୟ ସାପେକ୍ଷ ହୋଇଥିବାରୁ ହେଲିକପ୍ଟର ବ୍ୟବହାର କରାଯାଇଥିଲା । ଯଦି ଗାଡି ଯୋଗେ ଏହା କରାଯାଇଥାନ୍ତା, ତେବେ ଦେଢବର୍ଷ ଲାଗି ଯାଇଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ ସଫେଇ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକ ପ୍ରତିନିଧି ବଡ । ମୁଖ୍ୟମନ୍ତ୍ରୀ ଲୋକ ପ୍ରତିନିଧି, ମୁଖ୍ୟମନ୍ତ୍ରୀଙ୍କ କଥାରେ ସବୁ ହେଉଛି ।

LEAVE A REPLY

Please enter your comment!
Please enter your name here