ଏକ ସମୃଦ୍ଧ, ରୂପାନ୍ତରିତ ଓ ନୂଆ ଓଡିଶା ପାଇଁ ସଂକଳ୍ପ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ତ୍ରିରଙ୍ଗା ଉତ୍ତୋଳନ କରିବା ସହ ଆୟୋଜିତ ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ସ୍ବାଧୀନତା ଦିବସର ସ୍ମୃତି ଚାରଣ କରିଥିଲେ । ଭାରତର ସ୍ବାଧୀନତା ଦିବସ ସମଗ୍ର ବିଶ୍ବରେ ନୂଆ ଯୁଗ ଆରମ୍ଭ କରିଥିଲା ଏବଂ ସ୍ବାଧୀନତା ପରେ ସମଗ୍ର ବିଶ୍ବରେ ଏବେ ଭାରତ ଏକ ପ୍ରମୁଖ ଶକ୍ତି ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି । ବିଭିନ୍ନ କ୍ଷେତ୍ରରେ ଆମର ଆତ୍ମବିଶ୍ବାସ ବୃଦ୍ଧି ପାଇଛି । ଚନ୍ଦ୍ରଯାନ 3 ମହାକାଶ ବିଜ୍ଞାନ କ୍ଷେତ୍ରରେ ସମଗ୍ର ବିଶ୍ବରେ ଦେଶକୁ ଗୌରବାନ୍ବୀତ କରିଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାରେ ବିକାଶ ପ୍ରକ୍ରିୟା ତ୍ବାରାନ୍ବୀତ ହୋଇଛି । ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି । ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ ପ୍ରଭୃତି କ୍ଷେତ୍ରରେ ଭିତ୍ତିଭୂମିର ବିକାଶ ହୋଇଛି । ରାଜ୍ୟରେ ଗରିବୀ କମିଛି, ଶିଳ୍ପାୟନ ସହ ବେକାର ଯୁବକଙ୍କୁ ନିଯୁକ୍ତି ଦେବାରେ ସରକାର ସଫଳ ହୋଇଛନ୍ତି । ବିକାଶ ପ୍ରକ୍ରିୟାରେ ସରକାରଙ୍କ ଫୋକସରେ ଅଛନ୍ତି ଚାଷୀ । ସେହିପରି ବିଏସକେ ଓ୍ବାଇ ସ୍ବାସ୍ଥ୍ୟସେବା କ୍ଷତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନୂଆ ଓଡିଶା ଯୋଜନାରେ ବର୍ଷକୁ ଏକ ଲକ୍ଷ ଯୁବକଯୁବତୀଙ୍କୁ ଦକ୍ଷତା ବିକାଶ ପାଇଁ ତାଲିମ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସ୍ବାଧୀନତା ଦିବସ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମିଳିତ ପରେଡ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସଏସବି, ଓଏସଏପି, ଓଡ୍ରାଫ, ରାଜ୍ୟ ପୁଲିସ ବ୍ୟାଣ୍ଡ ସମେତ ଛତିଶଗଡ ପୁଲିସର ଏକ ଟିମ୍ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here