ଗାଡି ଚଳାଇବେବେଳେ ମୋବାଇଲରେ କଥା ହେଉଛନ୍ତି କି । ଏଣିକି ଜରିମାନା ନୁହେଁ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ । ସଡକ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ କମିଟି ଏହି ନିର୍ଦ୍ଧେଶ ଦେବା ପରେ ରାଜ୍ୟର ସମସ୍ତ ଆରଟିଓଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଏହାସହ ମଦ ପିଇ ଗାଡି ଚଳାଇଲେ ସମ୍ପୃକ୍ତ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବାକୁ ନିର୍ଦ୍ଧେଶ ଜାରି ହୋଇଛି । ସେହିପରି ନିର୍ଦ୍ଧାରିତ ବେଗ ଠାରୁ ଅଧିକ ବେଗରେ ଗାଡି ଚଳାଇଲେ , ଟ୍ରାଫିକ ଛକରେ ରେଡ ଲାଇଟକୁ ଅମାନ୍ୟ କଲେ ବାତିଲ ହେବ ଲାଇସେନ୍ସ । ମାଲବାହୀ ଗାଡିରେ ଓଭରଲୋଡିଂ କିମ୍ବା ଯାତ୍ରୀବାହୀ ଗାଡିରେ ମାଲ ପରିବହନ କଲେ ମଧ୍ୟ ଲାଇସେନ୍ସ ବାତିଲ କରାଯିବ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ମୁତାବକ ରାଜ୍ୟର ସମସ୍ତ ଆରଟିଓଙ୍କୁ ଏନେଇ ଚିଠି ଲେଖିଛନ୍ତି ଟ୍ରାନ୍ସପୋର୍ଟ କମିଶନର । ଡିଏଲ ବାତିଲ କାର୍ଯ୍ୟକାରୀ ହେଉଛି ନା ନାହିଁ ସେ ନେଇ ସୁପ୍ରିମକୋର୍ଟ କମିଟି ପ୍ରତି ୩ ମାସରେ ଥରେ ସମୀକ୍ଷା କରିବେ । ୨୦୧୯ ସେପ୍ଟେମ୍ବରର ତଥ୍ୟ ଆଧାରରେ ମଦପିଇ ଗାଡି ଚଳାଇବା ଅଭିଯୋଗରେ ରାଜ୍ୟରେ ୩୩୪ ଜଣଙ୍କ ବିରୋଧରେ ଇ ଚାଲାଣ କରାଯାଇଛି । ୪୯୬ ଡିଏଲ ରଦ୍ଧ ପାଇଁ ଆରଟିଓମାନଙ୍କ ପାଖକୁ ପୋଲିସ ତରଫରୁ ସୁଚନା ପଠାଯାଇଛି ।

LEAVE A REPLY

Please enter your comment!
Please enter your name here