୨୪ ଘଣ୍ଟା ଭିତରେ ୩ ଜଣଙ୍କୁ ହତ୍ୟା କରି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସାଇକୋ କିଲର ଶେଷରେ ପୋଲିସ କବଜାରେ । ଧିରେ ଧିରେ ସାମ୍ନାକୁ ଆସୁଛି କଟକ ସିରିୟଲ କିଲରର ପୈଶାଚିକ କାଣ୍ଡ । ସିରିୟଲ କିଲର ନୟାଗଡ ଓଡଗାଁ ସୁନାମୁହିଁ ଗାଁର ନାରାୟଣ ସାହୁ । କିଲର ନାରାୟଣ ବିଷୟରେ ଖୋଲୁଛି ଅନେକ ଚାଞ୍ଚଲ୍ୟକର ତଥ୍ୟ । ହତ୍ୟା ନେଇ ଲୋମଟାଙ୍କୁରା ତଥ୍ୟ ପ୍ରଦାନ କରୁଛି ଫୋରେନସିକ ରିପୋର୍ଟର । ସମସ୍ତ ୩ଟି ହତ୍ୟା ସମାନ ଧରଣର ଥିବା ନେଇ ରିପୋର୍ଟରେ ସ୍ପଷ୍ଟ । ମୃତ ସମସ୍ତ ୩ ଜଣ ଚିତ୍ ହୋଇ ଶୋଇଥିବାବେଳେ ସମାନ ଢଙ୍ଗରେ ତଣ୍ଟି କାଟି ହୋଇଥିଲା ଆକ୍ରମଣ । ଟାଙ୍ଗିଆ ଭଳି ଓଜନିଆ, ଧାରୁଆ ଅସ୍ତ୍ରରେ ସମସ୍ତଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ ନାରାୟଣ । ହାଣିବା ପରେ ଛଟପଟ ହେବା ଦେଖି ମଜା ନେଉଥିଲା ଅଭିଯୁକ୍ତ । ସିସିଟିିଭି ଫୁଟେଜରେ କଏଦ ହୋଇଛି ଏଭଳି ଦୃଶ୍ୟ । ଆଜି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରିଥିଲା ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ କଟକ ଡିସିପି ଅଖିଳେଶ୍ୱର ସିଂ । ହତ୍ୟା ପରଠାରୁ ଗତ ୨୪ ତାରିଖରୁ ଫେରାର ଥିଲା ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ୫ଟି ଟିମ୍ । ତେବେ ଅଭିଯୁକ୍ତ ନାରାୟଣଙ୍କୁ ଧରିବା ପାଇଁ ଗଞ୍ଜାମ, ଭଦ୍ରକ, ବାଲେଶ୍ୱର , କଟକ ଓ ପୁରୀରେ ଡେରା ପକାଇଥିଲା ଟିମ୍ । ସବୁତକ ହତ୍ୟାକାଣ୍ଡ ଭୋର ୪ଟାରୁ ସାଢେ ୪ଟା ମଧ୍ୟରେ ହୋଇଥିବା ଏବଂ ଭୂଜାଲି କିମ୍ବା ଚାପଡରେ ଏପରି କାଣ୍ଡ ଭିଆଇଥିବା ସିସି କ୍ୟାମେରା ଫୁଟେଜରୁ ପୋଲିସ ଜାଣିବାକୁ ପାଇଥିଲା । ରବିବାର କମିଶନରେଟ ପୋଲିସର ଏସିପି, ଇନସ୍ପେକ୍ଟର, ଏସଆଇ ଏବଂ ସ୍ପେଶାଲ ସ୍କ୍ୱାର୍ଡର ୧୨ ଜଣ କନେଷ୍ଟବଳଙ୍କୁ ନେଇ ଗଠିତ ୫ଟି ସ୍ୱତନ୍ତ୍ର ଟିମ୍ କଟକ ଜିଲ୍ଲା ବାହାରକୁ ସାଇକୋ କିଲରକୁ ଧରିବାକୁ ଯାଇଥିଲା । ଏବଂ ସେଥିରେ ସଫଳ ହୋଇଥିଲା । ତେବେ ଗତକାଲି ରାତିରେ କଟକରେ ସାଇକୋ କିଲର ଆତଙ୍କ ଦେଖିବାକୁ ମିଳିଥିଲା । ଜୋବ୍ରା ମଲାସାହିରେ ଜଣେ ମହିଳାଙ୍କ ବେକକୁ କେହି ଦୁବୃର୍ତ୍ତ କାଟି ଦେଇଥିବାର ଅଭିଯୋଗ ହୋଇଥିଲା । ସେ ଘର ବାହାରେ ଛିଡା ହୋଇଥିବାବେଳେ ଦୁର୍ବୁତ୍ତ ଜଣକ ସ୍କାର୍ପ ଘୋଡାଇ ହୋଇ ଆସିଥିଲେ । ପରେ ତାଙ୍କ ବେକକୁ କାଟିଦେଇଥିବା ଅଭିଯୋଗ ହୋଇଛି । ସେ ପାଟି କରିବା ପରେ ସ୍ଥାନୀୟ ଲୋକେ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସେଥିରେ ବିଫଳ ହୋଇଥିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ କରିଥିଲା । ତେବେ ଏବେ ଅପେକ୍ଷା ଏଭଳି ଅପରାଧ ଓ ଆତକଙ୍କୁ ପୋଲିସ କେମିତି ରୋକି ପାରୁଛି

LEAVE A REPLY

Please enter your comment!
Please enter your name here