ଏଥର ନିର୍ବାଚନ ଫଳକୁ ନେଇ କନଫ୍ୟୁଜ ଅଛନ୍ତି ପୁରୁଖା ନେତା ଦାମୋଦର ରାଉତ । ରାଜ୍ୟର ରାଜନୈତିକ ଚିତ୍ର ସଂପର୍କରେ ସେ ଯଦିଓ ପୂର୍ବାନୁମାନ ଲଗାଇଛନ୍ତି, କିନ୍ତୁ ନିଜ ଗଣନା ନେଇ ସେ ସ୍ପଷ୍ଟ ହୋଇପାରୁନାହାନ୍ତି ।  ଓଡିଶାରେ ଏଥର ଝୁଲା ବିଧାନସଭା ହେବ ବୋଲି ଆକଳନ କରିଛନ୍ତି ସେ ।  ବିଜେଡି ୬୦ରୁ ଅଧିକ ପାଇବ, ମାତ୍ର ୬୩ ଛୁଇଁ ପାରିବନି ବୋଲି ସେ କହିଛନ୍ତି । ସେହିପରି ବିଜେପି ୫୦ରୁ ୫୫ , କଂଗ୍ରେସ ୨୫ରୁ ୩୦ଟି ପାଇବ । ଏଭଳି ସ୍ଥିତିରେ ଓଡିଶାରେ ମିଳିତ ସରକାର ସମ୍ଭାବନା । ନୀତି ଆଦର୍ଶ ନଥିବା ନବୀନ କଂଗ୍ରେସକୁ ପସନ୍ଦ କରିପାରନ୍ତି ବୋଲି ସେ କହିଛନ୍ତି । ଲୋକସଭା କ୍ଷେତ୍ରରେ ବିଜେପି ୧୩ରୁ ୧୪ଟି ଜିତିବ ବୋଲି କହିଛନ୍ତି ବରିଷ୍ଠ ନେତା ଦାମ ରାଉତ । ତେବେ ମୋ ଆସନ ମୁଁ କଳନା କରିପାରୁନି ବୋଲି କହିଛନ୍ତି ଦାମ । ତାଙ୍କ ସମର୍ଥକ କହୁଛନ୍ତି ୪/୫ ହଜାର ଭୋଟରେ ଜିତିବେ । ପାରାଦୀପରେ ବିଜେଡି, ତିର୍ତ୍ତୋଲରେ ବିଜେପି ଜିତିବ । ପାରାଦୀପରେ ଦାମଙ୍କ ପୁଅ ସମ୍ବିତ ବିଜେଡି ଟିକେଟରେ ନିର୍ବାଚନ ଲଢିଛନ୍ତି । ଉପକୂଳରେ ବିଜେପି ୭୩ରୁ ୩୦ଟି ଆସନ ଜିତିବ ବୋଲି କଳନା କରିଛନ୍ତି ଦାମବାବୁ ।

LEAVE A REPLY

Please enter your comment!
Please enter your name here