ଦିପାବଳୀରେ କୋଭିଡ କଟକଣାକୁ ଜୋରଦାର କରିଛି ପ୍ରଶାସନ ।

ପୁରୀ ସିଂହଦ୍ବାର ସାମନାରେ କାଉଁରିଆ କାଠି ଜାଳିବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ଆସନ୍ତାକାଲି ଦିପାବଳୀରେ ହିନ୍ଦୁ ଧର୍ମାବଲମ୍ବୀମାନେ କାଉଁରିଆ କାଠି ଜାଳି ବଡବଡୁଆ ଡାକିଥାନ୍ତି । ତେଣୁ ଭିଡ ଏଡାଇବାକୁ ସିଂହଦ୍ବାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ବାରଣ କରାଯିବା ସହ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ 144 ଧାରା ଜାରି କରାଯାଇଛି ।

ସେହିପରି ଭୁବନେଶ୍ବର ବିନ୍ଦୁସାଗର କୂଳରେ ଶ୍ରଦ୍ଧାଳୁମାନେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ପକାଇଥାନ୍ତି । ଶ୍ରାଦ୍ଧ ପାଇଁ ପ୍ରବଳ ଭିଡ ହେଉଥିବାରୁ ବିନ୍ଦୁସାଗର କୂଳରେ ଶ୍ରାଦ୍ଧ ପକାଇବା ଉପରେ କଟକଣା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here