ରାଜ୍ୟର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୭୩.୭୬% ପ୍ରତିଶତ ଭୋଟର ମତଦାନ କରିଛନ୍ତି । ଚଳିତ ଥର ପୁରୁଷଙ୍କ ତୁଳନାରେ ମହିଳା ଅଧିକ ଭୋଟ୍ ଦେଇଛନ୍ତି । ତେବେ ଆହୁରି ୧୦୦ଟି ବୁଥ୍ରେ ଭୋଟ୍ ଗଣନା ଚାଲିଛି । ସୂଚନା ଯେ, ମାଲକାନଗିରି ଓ ବ୍ରହ୍ମପୁରର ଗୋଟିଏ ଲେଖାଏଁ ବୁଥ୍ରେ ସାନି ମତଦାନ ପାଇଁ ଇସିଆଇଙ୍କୁ ସୁପାରିସ କରାଯାଇଛି । ଗୋଟିଏ ବୁଥ୍ରେ ଇଭିଏମ୍ ମେସିନ ଫୋପାଡି ଦିଆଯାଇବା ଅଭିଯୋଗ ଆସିଛି । ସୁଚନାଅନୁସାରେ, ୨୦୧୯ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ୭୩.୦୯% ପୁରୁଷ ଭୋଟର ଥିବାବେଳେ ୭୪.୪୩% ମହିଳା ଭୋଟର ନିଜର ନାଗରିକତ୍ୱ ଅଧିକାର ସାବ୍ୟସ୍ତ କରିଛନ୍ତି । ତେବେ ବ୍ରହ୍ମପୁର-୫୬.୫୭% ମତଦାନ କରାଯାଇଥିବା ବେଳେ କଳାହାଣ୍ଡି-୭୫.୮୨% ଭୋଟ୍ ଗ୍ରହଣ କରାଯାଇଛି ।ସେହିପରି କୋରାପୁଟ- ୭୪.୭୭% ଓ ନବରଙ୍ଗପୁର-୭୮.୮୯% ମତଦାନ ହୋଇଛି । ପ୍ରଥମ ପର୍ୟ୍ୟାୟ ଭୋଟିଂ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ସୂଚନା ଦେଇଛନ୍ତି ।