କରୋନାର ଦ୍ବିତୀୟ ଲହର ଆହୁରି ଭୟଙ୍କର । କରୋନା ସଂକ୍ରମଣ ବୃଦ୍ଧିହାର ଭୟଙ୍କର ଭାବେ ବୃଦ୍ଧି ପାଉଥିବାରୁ ଏଥିରେ ରୋକ୍ ଲଗାଇବା ପାଇଁ ସରକାର କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ଠାରୁ ଆରମ୍ଭ ହୋଇଛି ସ୍ପେସାଲ ଡ୍ରାଇଭ୍ । ତେବେ ସ୍ପେସାଲ ଡ୍ରାଇଭରେ ଗତ 24 ଘଣ୍ଟା ଭିତରେ ପୋଲିସ 24 ଲକ୍ଷ ଟଙ୍କା ଜୋରିମାନା ଆଦାୟ କରିଥିବା ବେଳେ ନିୟମ ଉଲ୍ଲଂଘନ ଅଭିଯୋଗରେ 27 ଜଣଙ୍କୁ ଗିରଫ କରିଛି । 870ଟି ଗାଡିକୁ ପୋଲିସ ଜବତ କରିଛି । ଆଜି ଭୁବନେଶ୍ବର ରାମ ମନ୍ଦିର ପରିସରରେ ଥିବା ହଲକୁ ବିଏମସି କର୍ତ୍ତୃପକ୍ଷ ସିଲ୍ କରିଛନ୍ତି । ଜନ୍ମଦିନ ପାଳନ ଚାଲିଥିବା ବେଳେ କୋଭିଡ୍ ନିୟମ ଉଲ୍ଲଂଘନ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି । ସେହିପରି ଭୁବନେଶ୍ବର ପଳାସପଲ୍ଲୀ ସ୍ଥିତ ଅକ୍ସଫର୍ଡ ଇନଷ୍ଟିଚ୍ୟୁଟକୁ ମଧ୍ୟ ବିଏମସି ସିଲ୍ କରିଛି ।