ରବିବାର ଭୋର ପ୍ରାୟ 3.55 ସମୟରେ ସୀମାଞ୍ଚଳ ଏକ୍ସପ୍ରେସ ବିହାରର ବୈଶାଳୀ ଜିଲ୍ଲାରେ ଲାଇନଚ୍ୟୁତ ହୋଇଛି. ଫଳରେ ଏଥିରେ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 13 ଜଣ ଗୁରୁତର ଆହତ ହୋଇଛନ୍ତି. ସୂଚନା ଅନୁସାରେ, ଟ୍ରେନଟି ବିହାରର ଯୋଗବନିରୁ ଦିଲ୍ଲୀ ଆସୁଥିଲା. ମାତ୍ର ବିହାର ବୈଶାଳୀ ଜିଲ୍ଲାର ଶାହାଜାଇବୁଜୁର୍ଗରେ ଟ୍ରେନର ପ୍ରାୟ 9ଟି ବଗି ଲାଇନଚ୍ୟୁତ ହୋଇଥିଲା. ଯେଉଁଥିପାଇଁ ଏତେ ବଡ ଦୁର୍ଘଟଣା ଘଟିଯାଇଛି. ବର୍ତ୍ତମାନ ସେଠାରେ ରେଳ ବିଭାଗର ସମସ୍ତ ଅଧିକାରୀ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ଏବଂ ସେହି ରୁଟରେ ସମସ୍ତ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି.  ଅନ୍ୟପଟେ ନିଜ ସଂପର୍କୀୟଙ୍କୁ ପାଇବା ପାଇଁ ରେଳ ବିଭାଗ ପକ୍ଷରୁ ହେଲପ ଲାଇନ ଜାରି କରାଯାଇଛି. ଅନ୍ୟପଟେ ଏହି ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ରେଳ ବିଭାଗ ତରଫରୁ 5 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି. ଗୁରୁତର ଆହତଙ୍କ ପାଇଁ 1 ଲକ୍ଷ ଘୋଷଣା କରାଯାଇଥିବା ବେଳେ ସାମାନ୍ୟ ଆହତଙ୍କ ପାଇଁ 50 ହଜାର ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି.

 

LEAVE A REPLY

Please enter your comment!
Please enter your name here