ବରିଷ୍ଠ ଅଭିନେତା ରାଇମୋହନଙ୍କ ପରିଡା ଆଉ ନାହାଁନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । କାହିଁକି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ସେ ନେଲେ , କାରଣ ଅସ୍ପଷ୍ଟ ରହିଛି । ଅନେକ ଫିଲ୍ମରେ ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଯାଏ । ତାଙ୍କର ଅନେକ ଡାଇଲଗକୁ ବି ଲୋକମାନେ ପସନ୍ଦ କରିଥାନ୍ତି । ଖଳନାୟକ ଚରିତ୍ରରେ ସେ ଖୁବ୍ ପରିଚିତ ଥିଲେ । ଯାତ୍ରା ଦୁନିଆରେ ମଧ୍ୟ ସେ ପାଦ ଥାପିଥିଲେ । ଲକ୍ଷେ ଶିବ ପୂଜି ପାଇଛି ପୁଅ ଏବଂ ମା ପରି କିଏ ହେବ, ସରପଞ୍ଚ ବାବୁ , କଣ୍ଢେଇ ଆଖିରେ ଲୁହ ଏହିଭଳି ଅନେକ ଫିଲ୍ମରେ ସେ ଖଳନାୟକ ଭାବେ ଅଭିନୟ କରିଥିଲେ । ରାଇମୋହନଙ୍କ ବିୟୋଗରେ ଓଡିଆ ଯାତ୍ରାଜଗତ ଓ ଓଲିଉଡରେ ଗଭିର ଶୋକର ଛାୟା ଖେଳିଯାଇଛି । ରାଇମୋହନଙ୍କ ମୃତଦେହ କ୍ୟାପିଟାଲ ହସପିଟାଲରେ ବ୍ୟବଚ୍ଛେଦ କରାଯିବା ପରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଓ ପରେ ତାଙ୍କ ପାଣ୍ଡରା ସ୍ଥିତ ବାସଭବନକୁ ନିଆଯାଇଥିଲା । ହଜାର ହଜାର କଳାପ୍ରେମୀ ତାଙ୍କର ଶେଷ ଦର୍ଶନ କରିଛନ୍ତି । ତେବେ ରାଇମୋହନଙ୍କ ଭଳି ଜଣେ ଦୃଢମନା ଅଭିନେତା ଆତ୍ମହତ୍ୟା କରିଦେବା ଘଟଣାକୁ କେହି ସହଜରେ ବିଶ୍ବାସ କରିପାରୁନାହାଁନ୍ତି ।

LEAVE A REPLY

Please enter your comment!
Please enter your name here