ଠିକ୍ ଥିଲା ବିମୁଦ୍ରୀକରଣ ନିଷ୍ପତ୍ତି । ବିମୁଦ୍ରୀକରଣ ନେଇ ସୁପ୍ରମିକୋର୍ଟଙ୍କ ରାୟ । କେନ୍ଦ୍ର ସରକାରଙ୍କ ଯାହା ନିଷ୍ପତ୍ତି ନେଇଥିଲେ ଠିକ୍ ନେଇଥିଲେ ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇଛନ୍ତି । ଏହାସହ ବିମୁଦ୍ରୀକରଣ ବିରୋଧରେ ସମସ୍ତ ଆବେଦନ ଖାରଜ କରିଛନ୍ତି। ବିମୁଦ୍ରୀକରଣ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି କହିଛନ୍ତି।
ମୋଦି ସରକାରଙ୍କ ବିମୁଦ୍ରୀକରଣକୁ ଚ୍ୟାଲେଂଜ କରି ହୋଇଥିବା ୫୮ ଆବେଦନ ଉପରେ ଶୁଣାଣି କରି କୋର୍ଟ ଗତ ଡିସେମ୍ବର ୭ରେ ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ରାୟ ପ୍ରକାଶ ପାଇଛି।
ଗତ ୨୦୧୬ ନଭେମ୍ବର ୮ ତାରିଖରେ ହଠାତ୍ କେନ୍ଦ୍ର ସରକାର ବିମୁଦ୍ରୀକରଣ ଘୋଷଣା କରି ହଜାରେ ଓ ୫ ଶହ ଟଙ୍କିଆ ନୋଟ ଅଚଳ କରିଦେଇଥିଲେ। ଶୁଣାଣି ବେଳେ ସୁପ୍ରିମକୋର୍ଟ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏବଂ କେନ୍ଦ୍ର ସରକାରକୁ ସମସ୍ତ ଆବଶ୍ୟକ ଦସ୍ତାବିଜ୍ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here