ମନ୍ତ୍ରୀ ପଦ ନମିିଳିବା ନେଇ ବିଜେଡି ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ତାଙ୍କ ମାନଭଞ୍ଜନ ପାଇଁ ବିଜେଡିର ପ୍ରୟାସ । ଗତକାଲି ସୁଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟିବା ପରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ସହ ଆଲୋଚନା କରିଛନ୍ତି । ପଶ୍ଚିମ ଓଡିଶାର ୯ ଜିଲ୍ଲାର ଦାୟିତ୍ୱ ବୁଝିବାକୁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି । ଭାବାବେଗରେ କିଛି ନେତା ଅସନ୍ତୋଷ ପ୍ରକାଶ କରିଥିଲେ । ମନ୍ତ୍ରୀପଦ ପାଇଁ ଆଶାୟୀ ନଥିଲି । ନିଜ ଆଡୁ ସଙ୍ଗଠନ ବୁଝିବାକୁ ନିଷ୍ପତ୍ତି ନେଇଥିଲି ବୋଲି କହିଛନ୍ତି ସୁଶାନ୍ତ ।

LEAVE A REPLY

Please enter your comment!
Please enter your name here