H3N2 ଇନଫ୍ଲୁଏଞ୍ଜା ସହିତ ଘାରିଲାଣି କୋଭିଡ ଭୟ । ବିଭିନ୍ନ ରାଜ୍ୟରେ ଏବେ ବଢୁଛି ନୂଆ ପଜିଟିଭ୍ ସଂଖ୍ୟା । ଦିନକରେ ସାରା ଦେଶରେ ନୂଆ ୫୨୪ ଟି କେସ୍ ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏତେ ନୂଆ ପଜିଟିଭ୍ ଚିହ୍ନଟ ହେବା ୧୧୩ ଦିନରେ ଏ ହେଉଛି ସର୍ବାଧିକ । ଗୋଟିଏ ପଟେ ଇନଫ୍ଲୁଏଞ୍ଜା ଅନ୍ୟପଟେ କୋଭିଡର ଭୟ ଏବେ ଲୋକଙ୍କୁ ଘାରିଲାଣି ଚିନ୍ତା । ସାରା ଦେଶରେ ମୋଟ୍ ଆକ୍ଟିଭ୍ କେସ୍ ରହିଛି ୩୬୧୮ । ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ତତ୍ପର ହୋଇଛନ୍ତି । ଗାଇଡଲାଇନ୍ ପାଳନ କରିବାକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି । ଟିକାକରଣ ବୃଦ୍ଧି କରିବା ସହିତ ମେଡିସିନ , ଅକ୍ସିଜେନ୍‌, ହସ୍ପିଟାଲ ଗୁଡିକୁ ପ୍ରସ୍ତୁତ ରଖିବାକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । ଟେଷ୍ଟ, ଟ୍ରାକ୍ , ଟ୍ରିଟ୍ , ଭ୍ୟାକ୍ସିନେସନ, କୋଭିଡ ଗାଇଡଲାଇନ୍ ପାଳନ କରିବାକୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here