ପୋଲିସ ଓ ଓକିଲ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣିକୁ  ହାଇକୋର୍ଟ ସ୍ଥଗିତ କରିଛନ୍ତି. ଏହି ମାମଲାର ଶୁଣାଣି 12 ନଭେମ୍ବରରେ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି. ତେବେ ଅଗଷ୍ଟ 28 ତାରିଖରେ ଜଣେ ଓକିଲ ଉପରେ ପୋଲିସ ହାମଲା କରିଥିଲା. ଫଳରେ ଏହି ମାମଲାର ଆରୋପ ପତ୍ର କୋର୍ଟରେ ଦାଖଲ କରିବାରେ ଅସଫଳ ହୋଇଥିଲେ ଏ.ଡି.ଜି ସନ୍ତୋଷ ଉପାଧ୍ୟାୟ. ଯେଉଁଥିପାଇଁ କୋର୍ଟ ତାଙ୍କୁ ଅପବାଦ ମଧ୍ୟ କରିଥିଲେ. ଆରୋପ ପତ୍ର ଜମା କରିବା ପାଇଁ ସେ 6 ସପ୍ତାହ ମାଗିଥିଲେ, ଯେଉଁଥିପାଇଁ ପରେ ଅଦାଲତ ଏ.ଡି.ଜିଙ୍କ  ଅପିଲକୁ ସଂପୂର୍ଣ୍ଣରୂପେ ଖାରଜ କରିଦେଇଥିଲେ. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉଚ୍ଚ ନ୍ୟାୟାଳୟ ଅକ୍ଟୋବର 30 ତାରିଖରେ ରାଜ୍ୟ ପୋଲିସକୁ ପୋଲିସ କରୁଥିବା ଏଭଳି ଅତ୍ୟାଚାରର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ.

LEAVE A REPLY

Please enter your comment!
Please enter your name here